www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀଲଙ୍କାରେ ସହର ଗଢ଼ିବ ଚୀନ

ନୂଆଦିଲ୍ଲୀ: ଶ୍ରୀଲଙ୍ଗାରେ ସହର ଗଢ଼ିବ ଚୀନ। ରାଜଧାନୀ କଲୋମ୍ବୋରେ ଚୀନ ଦ୍ବାରା ଏକ ବନ୍ଦର ସହର ବା ପୋର୍ଟ ସିଟି ନିର୍ମାଣ କରାଯିବ। ଏ ନେଇ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସଂସଦରେ ବିଲ୍‌ ଆଗତ ହେବା ପରେ ଦେଶରେ ବିରୋଧ ତୀବ୍ର ହୋଇଛି। ଚୀନ ବିପକ୍ଷରେ ଆନ୍ଦୋଳନ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ବିରୋଧୀ ଦଳ, ସିଭିଲ ସୋସାଇଟି ଏବଂ ଶ୍ରମିକ ସଂଘଗୁଡ଼ିକ ଚୀନ ସମର୍ଥିତ ଏହି ପ୍ରକଳ୍ପକୁ ବିରୋଧ କରି କୋର୍ଟରେ ପିଟିଶନ ଦାୟର କରିଛନ୍ତି। ଆସନ୍ତା ସୋମବାର ଏହାର ଶୁଣାଣି ହେବ।

ଶ୍ରୀଲଙ୍କାର ରାଜପକ୍ଷେ ସରକାର ଗତ ସପ୍ତାହରେ ସଂସଦରେ ‘କଲୋମ୍ବୋ ପୋର୍ଟ ସିଟି ଇକୋନୋମିକ କମିଶନ’ ନାମରେ ଏକ ବିଲ୍‌ ଆଗତ କରିଥିଲା। ଏଥିରେ କଲୋମ୍ବୋର ସମୁଦ୍ରକୂଳ ନିକଟରେ ୧୪୦ କୋଟି ଡଲାର ଅର୍ଥରେ ପୋର୍ଟ ସିଟି ନିର୍ମାଣ କରିବାର ପ୍ରସ୍ତାବ ରହିଛି। ଶ୍ରୀଲଙ୍କାବାସୀଙ୍କ କହିବା ଅନୁସାରେ ଏହି ବିଲ୍‌ରେ ଚୀନକୁ ପୋର୍ଟ ସିଟି ନିର୍ମାଣ ଲାଗି ଅସୀମିତ ଶକ୍ତି ଦିଆଯାଇଛି, ଯାହାଦ୍ବାରା ଦେଶର ସର୍ବଭୌମତ୍ଵ ଉଲ୍ଲଂଘନ ହେଉଛି।

- Advertisement -

ଶ୍ରୀଲଙ୍କାର ବିରୋଧୀ ଦଳ ୟୁନାଇଟେଡ ପିପୁଲ୍ସ ଫ୍ରଣ୍ଟ, ଜନତା ବିମୁକ୍ତ ପେରମୁନା, ୟୁନାଇଟେଡ ନ୍ୟାଶନାଲ ପାର୍ଟି, କଲୋମ୍ବୋର ଏନଜିଓ ସେଣ୍ଟର ଫର ପଲିସି ଅଲଟରନେଟିଭ୍ସ ଓ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଏହି ପୋର୍ଟ ସିଟିର ସାମ୍ବିଧାନିକ ବୈଧତା ନେଇ ପ୍ରଶ୍ନ ଉଠାଯାଇଛି। ଏହି ବିଲ୍‌ ବିରୋଧରେ ସଂଗଠନ ଓ ବିରୋଧୀଦଳଗୁଡ଼ିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟପଟେ ଶ୍ରୀଲଙ୍ଗା ସରକାର ଏହାକୁ ବିଦେଶୀ ନିବେଶର ମାଧ୍ୟମ ବୋଲି କହିଛନ୍ତି।

ବିରୋଧୀମାନେ କହିଛନ୍ତି ଯେ, ସରକାର ଆଗତ କରିଥିବା ବିଲ୍‌ରେ କୁହାଯାଇଛି ଯେ ପୋର୍ଟ ସିଟିରେ ଯେଉଁ ନିବେଶ ହେବ ତାହା ଶ୍ରୀଲଙ୍କା ମୁଦ୍ରାରେ ହେବ ନାହିଁ। ଏହାଦ୍ବାରା ଶ୍ରୀଲଙ୍କାର ଅଧିକାଂଶ ଲୋକ ଏହି ପ୍ରକଳ୍ପ ବାହାରେ ରହିବେ। ଅର୍ଥାତ୍‌ କଲୋମ୍ବୋ ଭିତରେ ହିଁ ନିଜ ଲୋକମାନଙ୍କ ପାଇଁ ଏକ ସହରର ଦ୍ବାର ବନ୍ଦ କରିଦିଆଯିବ। ସରକାର ଦାବି କରୁଛନ୍ତି ଯେ, ଏହା ‘ଗୋଟିଏ ଦେଶ ଏବଂ ଗୋଟିଏ ଆଇନ’ ଅନୁସାରେ କରାଯାଉଛି, କିନ୍ତୁ ବିଲ୍‌ରେ ପୋର୍ଟ ସିଟିକୁ ସ୍ବତନ୍ତ୍ର ନିମୟଗୁଡ଼ିକ ସହିତ ଏକ ଭିନ୍ନ ଦେଶ ଭାବେ ଚଳାଇବାକୁ ବ୍ୟବସ୍ଥା କରିଦିଆଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories