ଭୁବନେଶ୍ୱର : ପ୍ରତି ବର୍ଷ ଭଳି ଆଜି ସକାଳୁ ପବିତ୍ର ବିନ୍ଦୁ ସାଗର ଠାରେ ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ତଥା ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତିଳ ତର୍ପଣ କାର୍ୟ୍ୟକ୍ରମ ପାଳନ ହୋଇଛି। କୋଭିଡ କଟକଣାରେ ବିଜୁ ଜନତା ଦଳ ଭୁବନେଶ୍ୱର ପକ୍ଷରୁ ତିଳ ତର୍ପଣ କାର୍ୟ୍ୟକ୍ରମ ପାଳନ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,ବିଧାୟକ ତଥା ଜିଲ୍ଲା ସଭାପତି ସୁଶାନ୍ତ ରାଉତ,ବିଧାୟକ ଅନନ୍ତ ନାରାୟଣ ଜେନା, କାର୍ୟ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର, ପୁର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥ।, ନୃପେଶ ନାୟକ, ଦାଶରଥି ଗରାବଡୁ , ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ପ୍ରମୁଖ ଉପସ୍ଥତ ଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତିଳ ତର୍ପଣ କାର୍ୟ୍ୟକ୍ରମ
Popular Categories



