www.samajalive.in
Saturday, December 13, 2025
23.1 C
Bhubaneswar

ଆଫଗାନିସ୍ତାନକୁ ୩ ୱିକେଟରେ ହରାଇଲା ପାକିସ୍ତାନ

ଆବୁ ଧାବି : ଇନାମ ଉଲ ହକ୍‍, ବାବର ଆଜମ ଓ ସୋଏବ ମଲ୍ଲିକଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ଏଠାରେ ଶୁକ୍ରବାର ଖେଳାଯାଇଥିବା ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ସୁପର ଫୋର୍‍ ମ୍ୟାଚରେ ଆଫଗାନିସ୍ତାନକୁ ୩ ୱିକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୫୭ ରନ କରିଥିଲା। ଜବାବରେ ପାକିସ୍ତାନ ୪୯.୩ ଓଭରରେ ୭ ୱିକେଟ ବିନିମୟରେ ୨୫୮ ରନ କରିଥିଲା। ଏହି ବିଜୟ ଫଳରେ ପାକିସ୍ତାନ ୨ ପଏଣ୍ଟ ପାଇଥିବାବେଳେ ଆଫଗାନିସ୍ତାନ କୌଣସି ପଏଣ୍ଟ ପାଇନାହିଁ।
୨୫୮ ରନ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ପ୍ରଥମ ଓଭରରେ ଓପନର ଫକର ଜମାନଙ୍କ ୱିକେଟ ହରାଇଥିଲା। ଜମାନ ଖାତା ଖୋଲିବା ପୂର୍ବରୁ ମୁଜିବୁର ରେହମାନଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଇନାମ ଉଲ ହକ୍‍ ଓ ବାବର ଆଜମ ୨ୟ ୱିକେଟ ପାଇଁ ୧୫୪ ରନ ଯୋଗକରି ବିଜୟ ଆଶାକୁ ଉଜ୍ଜୀବିତ ରଖିଥିଲେ। ଇନାମ ଉଲ ୮୦ ରନ କରିଥିବାବେଳେ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ରନଆଉଟ ହେବାଫଳରେ ଏହି ଯୋଡି ଭାଙ୍ଗିଯାଇଥିଲା। ୪ ରନ ବ୍ୟବଧାନରେ ବାବର ୬୬ ରନ କରି ଆଉଟ ହୋଇଥିଲେ। ହାରିସ ସୋହେଲ ୧୩ ରନ କରି ଚତୁର୍ଥ ଖେଳାଳିଭାବେ ପ୍ୟାଭିଲିୟନ ଫେରିଯାଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୮ ଓ ଆସିଫ ଅଲ୍ଲୀ ୭ ରନ କରି ଆଉଟ ହେବାପରେ ଆଫଗାନ ଶିବିର ଉତ୍ସାହିତ ହୋଇପଡିଥିଲା। ତେବେ ଅଭିଜ୍ଞ ସୋଏବ ମଲ୍ଲିକଙ୍କ ଅପରାଜିତ ୫୧ ରନ ବଳରେ ପାକିସ୍ତାନ ୪୯.୩ ଓଭରରେ ୭ ୱିକେଟ ବିନିମୟରେ ୨୫୮ ରନ କରି ବିଜୟୀ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ରସିଦ ଖାଁ ୩ଟି ଓ ମୁଜିବୁର ରେହମାନ ୨ଟି ୱିକେଟ ଅକ୍ତିଆର କରିଥିଲେ।
ଆଫଗାନିସ୍ତାନ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ମହମ୍ମଦ ସେହଜାଦ ଓ ଇସାନୁଲ୍ଲା ପ୍ରଥମ ୱିକେଟ ପାଇଁ ୨୬ ରନ କରିଥିବାବେଳେ ଇସାନୁଲ୍ଲାଙ୍କୁ (୧୦) ଆଉଟ କରି ମହମ୍ମଦ ନୱାଜ ପାକିସ୍ତାନ ପାଇଁ ପ୍ରଥମ ସଫଳତା ଅର୍ଜନ କରିଥିଲେ। ପାଞ୍ଚ ରନ ବ୍ୟବଧାନରେ ସେହଜାଦ ବ୍ୟକ୍ତିଗତ ୨୦ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ରେହମତ ଶାହା ଓ ହସ୍‍ମତୁଲ୍ଲା ୩ୟ ୱିକେଟ ପାଇଁ ମୂଲ୍ୟବାନ ୬୩ ରନ ଯୋଗକରିଥିଲେ। ରେହମତ୍‍ ବ୍ୟକ୍ତିଗତ ୩୬ ରନ କରି ଆଉଟ ହେବାଫଳରେ ଏହି ଯୋଡି ଭାଙ୍ଗିଯାଇଥିଲା। ହସ୍‍ମତୁଲ୍ଲା ଓ ଅସଗର ୪ର୍ଥ ୱିକେଟ ପାଇଁ ୨୦.୩ ଓଭରରେ ୯୪ ରନ ଯୋଗକରିଥିଲେ। ଏହି ଅବସରରେ ଉଭୟ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୨ଟି ଚୌକା ଓ ୫ଟି ଛକା ସହାୟତାରେ ୬୭ ରନ କରିଥିବାବେଳେ ଅସଗର ଚତୁର୍ଥ ଖେଳାଳିଭାବେ ଆଉଟ ହୋଇଥିଲେ। ମହମ୍ମଦ ନବି (୭) ଓ ନାଜିବୁଲ୍ଲା ଜାଦ୍ରାନ (୫) ବେଶି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଗୁଲବଦିନ ନାଏବଙ୍କ (୧୦) ସହ ମିଶି ହସ୍‍ମତୁଲ୍ଲା ୭ମ ୱିକେଟ ପାଇଁ ଅବିଭାଜିତ ୪୫ ରନ ସଂଗ୍ରହ କରିଥିଲେ। ହସ୍‍ମତୁଲ୍ଲା ୭ଟି ଚୌକା ସହାୟତାରେ ଅପରାଜିତ ୯୭ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ନୱାଜ ୩ଟି, ସାହିନ ଶାହା ଆଫ୍ରିଦି ୨ଟି ଓ ହାସାନ ଅଲ୍ଲୀ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories