www.samajalive.in
Thursday, December 11, 2025
26.1 C
Bhubaneswar

ଅଭିଜିତଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗ ; ଆଜି ଗୃହ କମିଟି ବୈଠକ

ଭୁବନେଶ୍ୱର : ଓଡ଼ିଶା ସମ୍ପର୍କରେ ଅଭିଜିତ ଆୟାର ରଖିଥିବା ବିବାଦୀୟ ମନ୍ତବ୍ୟର ତର୍ଜମା ନେଇ ଶନିବାର ତାଙ୍କ ବିରୋଧରେ ସ୍ୱାଧିକାର ପ୍ରସଙ୍ଗର ତଦନ୍ତ ପାଇଁ ଗଠନ କରାଯାଇଥିବା ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଡକାଯାଇଛି। ଅପରାହ୍ଣରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଐତିହ୍ୟ, ସମ୍ମାନ, ବିଧାନସଭା ସଦସ୍ୟ ଏବଂ ସାମ୍ବାଦିକଙ୍କ ପ୍ରତି ଅଭିଜିତଙ୍କ ଅରୁଚିକର ମନ୍ତବ୍ୟ ଉପରେ କମିଟି ସଦସ୍ୟମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ।
ଶ୍ରୀ ଆୟାରଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୁରୁବାର ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ। ସର୍ବସମ୍ମତି କ୍ରମେ ଏହା ଗୃହୀତ ହୋଇଥିଲା।
ଘଟଣାର ତଦନ୍ତ ପାଇଁ ୬ଜଣ ସଦସ୍ୟ ବିଶିଷ୍ଟ ଗୃହ କମିଟି ଗଠନ କରାଯାଇଥିଲା। ବିରୋଧୀ ଦଳ ନେତା ଏହାର ଅଧ୍ୟକ୍ଷ ଥିବା ବେଳେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣକୁମାର ସାହୁ, ସଞ୍ଜୟ ଦାସବର୍ମା ଓ ପ୍ରମିଳା ମଲ୍ଲିକ ସଦସ୍ୟ ଅଛନ୍ତି।
ସୂଚନାଯୋଗ୍ୟ ଯେ ମୌସୁମୀ ଅଧିବେଶନର ଶେଷ ଦିନ ଅଭିଜିତ ଆୟାରଙ୍କ ଅରୁଚିକର ମନ୍ତବ୍ୟ ଓ ଟୁଇଟକୁ ନେଇ ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତଙ୍କୁ ସମନ କରାଯିବା ଏବଂ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅଭିଜିତଙ୍କ ବିରୋଧରେ ବିରୋଧୀ ଦଳ ନେତା ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ ଉପରେ ଆଲୋଚନା ପାଇଁ ପ୍ରଶ୍ନକାଳ ବାତିଲ କରାଯାଇଥିଲା।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories