ପୁରୀ : ଶ୍ରୀନଅରରେ ଶୁକ୍ରବାର ସୁନିଆ ପାଳିତ ହୋଇଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ପକ୍ଷରୁ ୬୧ଅଙ୍କ ଏବଂ ୧୪୨୬ସାଲ ନୂତନ ମୁଦ୍ରା ପ୍ରଚଳନ କରାଯାଇଛି। ପରମ୍ପରା ଅନୁଯାୟୀ ରାଜଗୁରୁ ଶୁଭଖୁଣ୍ଟି ଅନୁକୂଳ କରିଥିଲେ। ଦେବାର୍ଚ୍ଚନା, ପଞ୍ଚଦେବତା ପୂଜା, ରାମାଭିଷେକ ଏବଂ ମଙ୍ଗଳାର୍ପଣ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଗାଦିସୀନ ହୋଇଥିଲେ। ତାଙ୍କୁ ଅବିଧ ଲାଗି କରାଯାଇଥିଲା। ନୂତନ ଅଙ୍କ କଟାଯିବା ସହ ଘୋଷଣା କରାଯାଇଛି। ଏହାପରେ ପ୍ରଜାମାନେ ଗଜପତିଙ୍କୁ ସୁନିଆ ଭେଟି ପ୍ରଦାନ କରିଛନ୍ତି।
Popular Categories



