www.samajalive.in
Sunday, December 7, 2025
26.1 C
Bhubaneswar

ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ

ପଦ୍ମପୁର: ଭାରତ ଇତିହାସରେ ଆଜିର ଦିନରେ ବଡ ବିଶେଷତ୍ୱ ରହିଛି। ଆଜିର ଦିନରେ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି l ଭିନ୍ନ ଭିନ୍ନ ଜାତିର ଲୋକ  ଭିନ୍ନ ପ୍ରକାର ପାଳନ କରନ୍ତି ଓଡ଼ିଆଙ୍କ ନବ ବର୍ଷ।ହିନ୍ଦୁଙ୍କ ଯୁଗାଦ୍ଧ ଆରମ୍ଭ, ଶତାଦ୍ଦି ଗଣନା, ବ୍ରହ୍ମାଙ୍କ ଦ୍ୱାରା କାଳଗଣନା ଆରମ୍ଭ। ମର୍ଯ୍ୟାଦା ପୁରୁଷୋତ୍ତମ ରାଜା ରାମଙ୍କ ରାଜ୍ୟାଭିଷେକ, ଧର୍ମରାଜ ଯୁଧିଷ୍ଠିର ଙ୍କ ରାଜ୍ୟାଭିଷେକ ଭଳି ଅନେକ ବିଶେଷତ୍ୱ ରହିଛି। ଏହି ଦିନକୁ ପୃଥିବୀର ସବୁ ଜନ ମାନସ ସୃଷ୍ଟି ଆରମ୍ଭ ଦିବସ ମନେଇଥିବାର ଦେଖାଯାଏ।

ମୁଖ୍ୟତଃ ଆଜିର ଦିନକୁ ହନୁମାନ ଜୟନ୍ତୀ ରୂପେ ବହୁ ଲୋକ ମାନେ ପାଳନ କରିଥାନ୍ତି। ଆଜିର ଦିନରେ ଜୋତିଶ ଓ ବ୍ରାହ୍ମଣ, ରାଜପୁରହିତ ମାନେ ପଞ୍ଚାଙ୍ଗ ଗଣନା ଆରମ୍ଭ ହୋଇ ନୂତନ ପାଞ୍ଜି ପୂଜନ ପୂର୍ବକ ଶୁଭାରମ୍ଭ କରାଯିବାର ଵିଧି ରହିଛି। ଜାତି ଧର୍ମ ନିର୍ବିଶେଷରେ ପଣା ତିଆରି କରି  ପରସ୍ପରଙ୍କୁ ବଣ୍ଟନ କରିବାର ପରମ୍ପରା ରହିଛି ଏହାର ସ୍ୱାଦ ଅତି ନିଆରା ଅଟେ। ତେଣୁ କୋଣ ଅନୁକୋଣ ରେ ଏହି ଦିନକୁ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଭାବେ ଧୁମ ଧାମରେ ପାଳନ କରାଯାଇଛି। ପ୍ରାୟତଃ ଏହି ଦିନକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଏ ।ପଦ୍ମପୁର ବିଷୁବ ବନ୍ଧୁ ମିଳନ କମିଟି ଦ୍ଵାରା ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରି ଜୟ ଶ୍ରୀରାମ, ଜୟ ବଜରଙ୍ଗ ବାଲି ନାରା ଦେଇ ସହର ପରିକ୍ରମା କରିଥିଲେ।

- Advertisement -

ସନ୍ଧ୍ୟାରେ ଯୁବଗୋଷ୍ଟି ଦ୍ୱାରା ହରିନାମ ସଂକୀର୍ତ୍ତନ କରି ସହର ପରିକ୍ରମା କରିଥିଲେ।  ସେହି ଭଳି ଆଜି ପଦ୍ମପୁର ରେ ବିଭିନ୍ନ ସ୍ଥାନରେ ପାଳନ ହୋଇଥିଲା ହନୁମାନ ଜୟନ୍ତୀ ବା ପଣା ସଂକ୍ରାନ୍ତି। ପଦ୍ମପୁର ସୁନାରୀ ଘାଇ ଛକରେ ମଲିକେଶର ଖାଲାସୀ ସଂଘ ପକ୍ଷରୁ , ସିନେମା ହଲ ଛକ ମା ତାରିଣୀ , ବ୍ଲକ କୋଲନି ଛକ, ବାଢ଼େଇ ସାହି ତୁଳସୀ ମଣ୍ଡପ  ଓ ଖିଲାପଦର ଛକ ,କେନ୍ଦୁଗୁଡା ହନୁମାନ ମନ୍ଦିର ,ଭଳି ବିଭିନ୍ନ ଛକ ମାନଙ୍କରେ ବିଭିନ୍ନ ଯୁବ ଗୋଷ୍ଠି ଦ୍ବାରା ପଣା ବଣ୍ଟନ କରୁଥିବା ବେଳେ ପଦ୍ମପୁର ବ୍ଲକ କାର୍ଯ୍ୟଳୟ ଓ ଇନ୍ଦିରାନଗର ଛକ ନିକଟରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ପାଳନ କରାଯାଇ ଥିବା ବେଳେ ସନ୍ଧ୍ୟାରେ ରାମ ମନ୍ଦିର ନିକଟରେ ସୁଦୂର ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ଗାୟିକା ରଶ୍ମିତା ହୋତାଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପରାୟଣ ପଠନ କରାଯାଇଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories