www.samajalive.in
Wednesday, December 10, 2025
16.1 C
Bhubaneswar

ପଦ୍ମ ପୁରସ୍କାର ଦୌଡ଼ରେ ୧୧ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ପଦ୍ମ ପୁରସ୍କାର ନିମନ୍ତେ ୧୧ଜଣ କ୍ରୀଡ଼ାବିତ୍‌ଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସୁପାରିସ କରିଥିବା ଜଣାପଡ଼ିଛି। ପଦ୍ମଶ୍ରୀ ପୁରସ୍କାର ପାଇଁ ୭ଜଣ ମହିଳା କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିସ କରାଯାଇଥିବା ବେଳେ ପଦ୍ମ ବିଭୂଷଣ ପାଇଁ ତାରକା ମହିଳା ବକ୍ସର ମେରି କମ୍‌ ଓ ପଦ୍ମ ଭୂଷଣ ପାଇଁ ବିଶ୍ବ ଚମ୍ପିଆନ୍‌ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁଙ୍କ ନାମ ସୁପାରିସ କରିଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ଗୁରୁବାର ପଦ୍ମଶ୍ରୀ ପୁରସ୍କାର ପାଇଁ ତୀରନ୍ଦାଜ ତରୁଣଦୀପ୍‌ ରାୟ ଓ ପୂର୍ବତନ ହକି ଖେଳାଳି ଏମ୍‌ପି ଗଣେଶଙ୍କ ନାମ ସୁପାରିସ କରାଯାଇଥିବା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।
ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଥିବା ମହିଳା କ୍ରୀଡ଼ାବିତ୍‌ମାନେ ହେଲେ ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌, ଟେବୁଲ ଟେନିସ୍‌ ଖେଳାଳି ମାନିକା ବାତ୍ରା, କ୍ରିକେଟର୍‌ ହରମନ୍‌ପ୍ରୀତ କୌର, ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ୍‌, ପୂର୍ବତନ ସୁଟର ସୁମା ଶିରୁର୍‌ ଓ ପର୍ବାତାରୋହୀ ତାସୀ ଓ ନୁ୍ଙ୍ଗସି ମଲିକ୍‌।
ପ୍ରଥମ ମହିଳା କ୍ରୀଡାବିତ୍‌ ଭାବେ ୬ଥର ବିଶ୍ବ ବକ୍ସିଂ ଚମ୍ପିଆନ୍‌ ମେରି କମ୍‌ଙ୍କ ନାମ ପଦ୍ମ ବିଭୂଷଣ ପାଇଁ ସୁପାରିସ ହୋଇଛି। ପୂର୍ବରୁ ମେରି କମ୍‌ ୨୦୦୬ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ପୁରସ୍କାର ହାସଲ କରି ସାରିଛନ୍ତି। ସେହିପରି ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ନାମ ପଦ୍ମ ଭୂଷଣ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ସିନ୍ଧୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ। ୨୦୧୭ରେ ତାଙ୍କ ନାମ ପଦ୍ମ ଭୂଷଣ ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ ସେତେବେଳେ ତାଙ୍କୁ ଏହି ପୁରସ୍କାର ମିଳିନଥିଲା। ଗୁରୁବାର ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ତରୁଣଦୀପ ରାୟ ଓ ଏମ୍‌ସି ଗଣେଶଙ୍କ ନାମ ସୁପାରିସ କରାଯାଇଛି। ତରୁଣଦୀପ୍‌ ଗତ ଜୁନ୍‌ରେ ନେଦରଲାଣ୍ଡ୍‌ସରେ ଆୟୋଜିତ ତୀରନ୍ଦାଜୀ ଦଳଗତ ରିକର୍ଭ ବିଭାଗରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ଦଳର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ଗଣେଶ ୧୯୭୨ ଅଲିମ୍ପିକ୍‌ସରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଥିଲେ। ଏହାବାଦ୍‌ ସେ ୧୯୭୧ ହକି ବିଶ୍ବକପ୍‌ରେ ବ୍ରୋଞ୍ଜ୍‌ ଓ ୧୯୭୩ ବିଶ୍ବକପ୍‌ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ତରୁଣଦୀପ ଓ ଗଣେଶଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ସୁପାରିସ କରାଯାଇଥିଲେ ସୁଦ୍ଧା କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ ଏହାକୁ ସ୍ବୀକୃତି ପ୍ରଦାନ କରି ନାହାନ୍ତି। କ୍ରୀଡ଼ା ମନ୍ତ୍ରୀଙ୍କ ସ୍ବୀକୃତି ମିଳିବା ପରେ ଏହି ଦୁଇଜଣଙ୍କ ନାମ ପୁରସ୍କାର ମନୋନୟନ କମିଟିକୁ ପଠାଯିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିିବ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories