www.samajalive.in
Monday, December 8, 2025
24.1 C
Bhubaneswar

ଦୀପାବଳିରେ ମୁକ୍ତିଲାଭ କରିବ ‘ମେଡ୍ ଇନ୍ ଚାଇନା’

ମୁମ୍ବଇ: ମିଖିଲ୍ ମୁସାଲେ ନିର୍ଦେଶିତ ‘ମେଡ୍ ଇନ୍ ଚାଇନା’ ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ, ମୌନି ରାୟ ଓ ବୋମନ୍ ଇରାନି ଅଭିନୟ କରିଛନ୍ତି। ଚୀନ୍ ଓ ଅହମ୍ମଦାବାଦରେ ସୁଟିଂ ହୋଇଥିବା ଏହି ଚଳଚ୍ଚିତ୍ର ହାସ୍ୟରାସାତ୍ମକ କାହାଣୀ ଉପରେ ଆଧାରିତ। ଏଇ ୨ଦିନ ତଳେ ଏହାର ମୋଶନ୍ ପୋଷ୍ଟର ମୁକ୍ତିଲାଭ ହୋଇଛି। ଚଳଚ୍ଚିତ୍ରର ସୁଟିଂ ଅନେକ ପୂର୍ବରୁ ଶେଷ ହୋଇଥିବାବେଳେ ପ୍ରଥମେ ଅଗଷ୍ଟ ୧୫ରେ ଏହା ମୁକ୍ତିଲାଭ ହେବ ବୋଲି ସ୍ଥିରୀକୃତ ହୋଇଥିଲା। ସେଇ ସମୟରେ କିନ୍ତୁ ‘ସାହୋ’ ଓ ‘ମିଶନ୍ ମଙ୍ଗଲ’ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିବା ପରେ ପ୍ରଯୋଜନା ସଂସ୍ଥା ‘ମେଡ୍ ଇନ୍ ଚାଇନା’କୁ ଆଗାମୀ ଦିନ ନିମନ୍ତେ ସ୍ଥଗିତ ରଖିଥିଲେ। ମିଳିଥିବା ଖବର ଅନୁସାରେ, ଦୀପାବଳିରେ ‘ହାଉସଫୁଲ୍-୪’ ମଧ୍ୟ ମୁକ୍ତିଲାଭ କରିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories