www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀଲଙ୍କା ଦଳକୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ : ପିସିବି

କରାଚି : ଶ୍ରୀଲଙ୍କା କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇ ଦିନିକିଆ ଓ ଟ୍ବେଣ୍ଟି-୨୦ ସିରିଜ୍‌ ଖେଳିବାକୁ ଥିବା ବେଳେ ଏହି ସିରିଜ୍ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନରେ ଉପଯୁକ୍ତ ସୁରକ୍ଷା ମିଳିବା ନେଇ ଆଶଙ୍କାବ୍ୟକ୍ତ କରି ବରିଷ୍ଠ ଖେଳାଳି ଲାସିଥ୍‌ ମାଲିଙ୍ଗା ଓ ଆଞ୍ଜେଲୋ ମ୍ୟାଥୁସ୍‌ଙ୍କ ସମେତ ୧୦ଜଣ କ୍ରିକେଟର୍‌ ସେଠାକୁ ଯିବାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷରେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ପ୍ରତି ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିବା ଶ୍ରୀଲଙ୍କା ସରକାର ସୂଚନା ଦେବା ସହ କ୍ରିକେଟ୍‌ ବୋର୍ଡ ତା’ର ପ୍ରତିନିଧି ଦଳ ପଠାଇ ପାକିସ୍ତାନରେ ଆଉଥରେ ନିରାପତ୍ତା ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ନିରାପତ୍ତା ଯାଞ୍ଚ ରିପୋର୍ଟ କ୍ରିକେଟ୍ ବୋର୍ଡ ଶ୍ରୀଲଙ୍କା ସରକାରଙ୍କୁ ପ୍ରଦାନ କରିବ। ତାହା ପରେ ଶ୍ରୀଲଙ୍କା ସରକାର କ୍ରିକେଟ୍‌ ଦଳକୁ ପାକିସ୍ତାନ ପଠାଯିବା ନେଇ ନିଷ୍ପତ୍ତି ନେବେ। ଏ ସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପାକିସ୍ତାନ ଗସ୍ତ ବାତିଲ ହେବା ସମ୍ଭାବନା ଅଧିକ ବୋଲି କ୍ରିକେଟ୍‌ ମହଲରେ ଆଲୋଚନା ହେଉଛି।
ଏ ସଂପର୍କରେ ଟ୍ବିଟ୍‌ କରି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ଜଣାଇଛି ଶ୍ରୀଲଙ୍କା କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତରେ ଆସିଲେ ଦଳକୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ। ଶ୍ରୀଲଙ୍କା କ୍ରିକେଟ୍‌ ଦଳର ସଦସ୍ୟଙ୍କ ସୁରକ୍ଷା ପ୍ରତି ପିସିବି ସଜାଗ ରହିଛି ଏବଂ ଏଥିରେ ଆଦୌ ହେଳା କରାଯିବ ନାହିଁ। ତେଣୁ ଶ୍ରୀଲଙ୍କା କ୍ରିକେଟର୍ ନିର୍ଭୟରେ ପାକିସ୍ତାନ ଆସି କ୍ରିକେଟ୍ ଖେଳିବାକୁ ପିସିବି ତରଫରୁ ଟ୍ବିଟ୍‌ର ବାର୍ତ୍ତାରେ ଦର୍ଶାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories