www.samajalive.in
Tuesday, December 9, 2025
15.1 C
Bhubaneswar

ବର୍ଜ୍ୟବସ୍ତୁରେ ମନୋରମ ଉଦ୍ୟାନ

ଫୁଲବାଣୀ: ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ପରିବେଶ ପ୍ରତି ସାଧାରଣରେ ଏକ ଖରାପ ଧାରଣା ରହିଥାଏ। ଡାକ୍ତରଖାନା ପରିସରର ପରିଚ୍ଛନ୍ନତାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ହୁଏ। କେଉଁଠି ଡାକ୍ତରଖାନା ବାରଣ୍ଡାରେ ପଡ଼ିଥିବା ପୂଜରକ୍ତଲଗା ଗଜ୍‌କପଡ଼ାକୁ କୁକୁର ଝୁଣି ଝୁଣି ଖାଉଥାଏ ତ କେଉଁଠି ସ୍ବାସ୍ଥ୍ୟକେନ୍ଦ୍ର ଭିତର ଓ ବାହାରେ ରୋଗୀଙ୍କ ବର୍ଜ୍ୟବସ୍ତୁର ଗନ୍ଧରେ ନାକ ଫାଟି ପଡ଼ୁଥାଏ। ତେବେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ପ୍ରତି ଜନମାନସରେ ରହିଆସିଥିବା ଏପରି ଧାରଣାକୁ ଦୂର କରିବା ପାଇଁ କିଛି ସାଥୀ କର୍ମଚାରୀଙ୍କ ସହଯୋଗରେ ଏକ ନିଆରା ଉଦ୍ୟମ କରିଛନ୍ତି କନ୍ଧମାଳ ଜିଲା ବାଲିଗୁଡା ବ୍ଲକ୍‌ର ସୁଡ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରାଜେଶ କୁମାର ସାହୁ।
ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ସହିତ କିଛି ପରିବର୍ତ୍ତନ କରିବାକୁ ସତତଚେଷ୍ଟିତ ଏହି କର୍ମଚାରୀମାନେ। ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ ପରେ ସମାଜ ପାଇଁ କିଛି କରି ଦେଖେଇବାର ପ୍ରତିଜ୍ଞା ସେମାନଙ୍କୁ ଦେଇଛି ଆତ୍ମବଳ। କେବଳ ମେଡିକାଲରେ କାମ ସାରି ଦେଇ ବସି ଯାଇନାହାଁନ୍ତି ଏହି କର୍ମଚାରୀ; ବରଂ ଏକ ସୁନ୍ଦର ପରିବେଶ ଗଢ଼ି ତୋଳିଛନ୍ତି। ମେଡିକାଲ ତ ନୁହେଁ; ଏକ ସୁନ୍ଦର ପ୍ରମୋଦ ଉଦ୍ୟାନ ତିଆରି କରିଛନ୍ତି। ପ୍ରକୃତ ପକ୍ଷେ ସୁଡ୍ରା ମେଡିକାଲ ପରିସରକୁ ଏକ ସୁନ୍ଦର ପ୍ରମୋଦ ଉଦ୍ୟାନରେ ପରିବର୍ତ୍ତନ କରିବା ସହିତ ଏକ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି ଏହି ମେଡିକାଲର ଫାର୍ମାସିଷ୍ଟ ରାଜେଶ କୁମାର ସାହୁ। କିଛି ବର୍ଜ୍ୟବସ୍ତୁ ଓ ଅଦରକାରୀ ବସ୍ତୁକୁ ନେଇ କରିଛନ୍ତି ଏହି ସୁନ୍ଦର ଉଦ୍ୟାନ।
ଗତ ଦୁଇବର୍ଷ ଧରି ସୁଡ୍ରା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲଗାତାର ଭାବେ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ସୁନ୍ଦର ଉଦ୍ୟାନ ସୃଷ୍ଟି କରାଯାଇଛି। ବିଭିନ୍ନ ଫୁଲ ଗଛ ଓ ଅନ୍ୟାନ୍ୟ ଗଛରେ ପରିସ୍ଫୁଟିତ ହୋଇଛି ଏହି ମେଡିକାଲ ପରିସର। ଏହା ସହିତ କିଛି ଅ୍ଦରକାରୀ କାଠକୁ ବ୍ୟବହାର କରି କୁଡିଆ ଘର, ବସିବା ପାଇଁ ମଞ୍ଚ ସମେତ ଏକ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି। ଏପରିକି ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ସଂପୃକ୍ତ ଫାର୍ମାସିଷ୍ଟ ରାଜେଶ କୁମାର ସାହୁ କିନ୍ତୁ ନିଜ ପ୍ରତିକ୍ରିୟାରେ ଏହା କୌଣସି ବଡ଼ ଉଦ୍ୟମ ନୁହେଁ; ବରଂ କିଛି ସମୟ ଦେଲେ ଆମେ ଆମ ନିଜ ପରିବେଶକୁ ପରିବର୍ତ୍ତନ କରି ପାରିବା ବୋଲି କହିଛନ୍ତି। ଏହି କାମରେ ମେଡିକାଲ କର୍ମଚାରୀ ଉପେନ୍ଦ୍ର ପ୍ରଧାନ ଓ ମୁନା ସାହୁ ମଧ୍ୟ ସହାୟତା କରିଛନ୍ତି। ଯେ କୌଣସି ବ୍ୟକ୍ତି ଏହି ମେଡିକାଲକୁ ଆସିବା ବେଳେ ଭାରାକ୍ରାନ୍ତ ଥାଏ ଏବଂ ରୋଗର ଯନ୍ତ୍ରଣାରେ ଜର୍ଜରିତ ଥିବା ସହିତ ପରିବାର ଓ ସମ୍ପର୍କୀୟ ମଧ୍ୟ ସେହି ଅବସ୍ଥାରେ ଗତି କରୁଥାନ୍ତି। କିନ୍ତୁ ପରିବେଶ ସ୍ୱଚ୍ଛ,ସୁନ୍ଦର ଓ ସ୍ୱାସ୍ଥ୍ୟ ଉପଯୋଗୀ ରହିଲେ ନିଶ୍ଚିତ ଭାବେ ଏକ ସୁନ୍ଦର ଅନୁଭୂତି ମିଳିଥାଏ ଏବଂ ମନରେ ଏକ ନୂଆ ଶାନ୍ତି ଆଣିଦିଏ ବୋଲି କହିଛନ୍ତି ଶ୍ରୀ ସାହୁ। ଏପରି ସ୍ୱେଚ୍ଛାକୃତ କାମ ମାଧ୍ୟମରେ ଆମେ ଆମର ପରିବେଶ ସହିତ ସମାଜରେ ମଧ୍ୟ ଏକ ନୂଆ ପରିବର୍ତ୍ତନ ଆଣି ପାରିବା ବୋଲି ଜନସାଧାରଣ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମତ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories