www.samajalive.in
Monday, December 15, 2025
17.1 C
Bhubaneswar

୨୦୨୦-୨୧ ବିପଣନ ଋତୁ : ଖରିଫ୍‌ରେ ୬୨. ୯୩ ଲକ୍ଷ, ରବିରେ ୧୪.୦୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ

ଭୁବନେଶ୍ୱର : ୨୦୨୦-୨୧ ଖରିଫ୍‌ ବିପଣନ ଋତୁରେ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଆଜି ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି । ସେହିପରି ୨୦୨୦-୨୧ରେ ୬୨ ଲକ୍ଷ ୯୩ ହଜାର ମେଟ୍ରିକ ଟନ୍‌ ଖରିଫ୍‌ ଧାନ ସଂଗ୍ରହ କରାଯାଇଛି। ଚଳିତ ଖରିଫ୍‌ ବିପଣନ ଋତୁରେ ରାଜ୍ୟ ସରକାର ମୋଟ ୭୧ ଲକ୍ଷ ମେଟ୍ରିକ ଟନ୍‌ ଖରିଫ ଓ ରବିଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯-୨୦ ଖରିଫ ବିପଣନ ଋତୁରେ ରାଜ୍ୟ ସରକାର ସମୁଦାୟ ୭୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ୍‌ ଖରିଫ ଓ ରବିଧାନ ସଂଗ୍ରହ କରିଥିଲେ। ଏହି କ୍ରମରେ ରାଜ୍ୟରେ୨୦୨୦-୨୧ ବିପଣନ ଋତୁରେ ଅଦ୍ୟାବଧି ୭୬ ଲକ୍ଷ ୯୮ ହଜାର ମେଟ୍ରିକ ଟନ୍‌ ଖରିଫ୍‌ ଓ ରବିଧାନ ସଂଗ୍ରହ କରାଯାଇଛି, ଯାହାକି ୨୦୧୯-୨୦ ଖରିଫ୍‌ ବିପଣନ ବର୍ଷ ଏବଂ ଚଳିତ ଖରିଫ୍‌ ବିପଣନ ବର୍ଷର ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ମେଟ୍ରିକ ଟନ୍‌ ଅଧିକ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। କୋଭିଡ୍‌ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

 

- Advertisement -

ଚଳିତ ରବିଧାନ ବିକ୍ରି କରିବା ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୬୦୧ ଚାଷୀ ଅନ୍‌ଲାଇନ୍‌ରେ ସେମାନଙ୍କ ନାମ ପଞ୍ଜୀକୃତ କରିଥିବାବେଳେ ୨,୨୩,୫୮୯ ଜଣ ଚାଷୀଙ୍କ ଜମିଜମା ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ ଆଦି ଯାଞ୍ଚ କରାଯାଇଛି। ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ୮୮ ପ୍ରତିଶତ ଚାଷୀ ଆଗୁଆ ଟୋକେନ୍‌ ମାଧ୍ୟମରେ ଧାନ ବିକ୍ରି କରିସାରିଛନ୍ତି। ଅଦ୍ୟାବଧି ରାଜ୍ୟର ୧୭ଟି ଜିଲ୍ଲାର ୧ ଲକ୍ଷ ୯୮ ହଜାର ୧୭୭ ଜଣ ଯାଞ୍ଚ କରାଯାଇଥିବା ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି। ୧୦୨୫ ଟି ଧାନ ସଂଗ୍ରହ କେନ୍ଦ୍ରରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨ ହଜାର ୬୨୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ରବିଧାନ ସଂଗ୍ରହ କରାଯାଇଛି।
ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୫ ଲକ୍ଷ ୧୦ ହଜାର ୨୮ ମେଟ୍ରିକ ଟନ୍‌, କଳାହାଣ୍ଡିରେ ୨ ଲକ୍ଷ ୨୩ ହଜାର ୩୧୩ ମେଟ୍ରିକ ଟନ୍‌, ସୁବର୍ଣ୍ଣପୁର ଜିଲ୍ଲାରେ ୨ ଲକ୍ଷ ୨୯ ହଜାର ୨ ମେଟ୍ରିକ ଟନ୍‌, ସମ୍ବଲପୁର ଜିଲାରେ ୧ ଲକ୍ଷ ୨୮ ହଜାର ୬୭୫ ମେଟି୍ରକ୍‌ ଟନ୍‌, କୋରାପୁଟରୁ ୧ ଲକ୍ଷ ୨୨ ହଜାର ୨୫୭ ମେଟ୍ରିକ ଟନ୍‌, ବାଲେଶ୍ୱର ଜିଲାରୁ ୫୧ ହଜାର ୭୪ ମେଟ୍ରିକ୍‌ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି। ଚଳିତ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରବିଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories