www.samajalive.in
Saturday, December 6, 2025
23.1 C
Bhubaneswar

ଧାନ ବିକ୍ରି କରିନପାରି ଚାଷୀ ହତାଶ

ଟିଟିଲାଗଡ଼: ଧାନ ବିକ୍ରି କରିନପାରି ଚାଷୀ ହତାଶ। ଟିଟଲାଗଡ ଉପଖଣ୍ଡରେ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଛି । ରାଜ୍ୟରେ ଶ୍ରେଷ୍ଠ ଚାଷୀ ଭାବରେ ପୁରସ୍କୃତ ଟିଟିଲାଗଡ଼ ବ୍ଲକ କତରକେଲା ଗାଁର ଚାଷୀ ପିତାମ୍ବର ବେହେରାଙ୍କ ଧାନ କ୍ରୟ ହୋଇପାରିନାହିଁ। ଏନେଇ ଗତକାଲି ଟିଟିଲାଗଡ଼ ଉପଖଣ୍ଡ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାରଣା ଦେଇଥିଲେ। ଯାହାକୁ ନେଇ ରାଜନୀତି ଜୋର ଧରିଛି। ବିଗତ ୧୫ ଦିନ ମଧ୍ୟରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ତଥା ଖାଉଟି କଲ୍ୟାଣ ବ୍ୟାପାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦୁଇ ଥର ଟିଟିଲାଗଡ଼ ଗସ୍ତରେ ଆସିଥିଲେ। ହେଲେ ଚାଷୀ ପିତାମ୍ବରଙ୍କ ସମେତ ଅନେକ ଚାଷୀଙ୍କ ଧାନ କ୍ରୟ କରାଯାଇ ନାହିଁ । ପ୍ରଶାସନ ଟୋକନ ଆସିନଥିବା କହିଆସୁଛି । ଚାଷୀ ପିତାମ୍ବର ଚଳିତ ଖରିଫରେ ନିଜ ୨ ଏକର ୮୮ ଡେସିମିଲ ଚାଷ ଜମିରେ ଧାନ ଫସଲ ଅମଳ କରିଥିଲେ। ଏନେଇ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପରିମାଣ ମୁତାବକ ଚାଷୀଙ୍କ ୩୮ କ୍ୱିଣ୍ଟାଲ ୫୦ କିଲୋଗ୍ରାମ ଧାନ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଵାନ୍ଧୁପଲା ମଣ୍ଡିରେ ବିକ୍ରୟ କରିବା କଥା । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ଟୋକନ ଆସିନାହିଁ । ଏନେଇ ପ୍ରଶାସନ ନିରବ ସାଜିଛି। ସରକାର ଧାନ କ୍ରୟ କରିବା ଘୋଷଣା ପ୍ରହସନ ହୋଇଥିବା ବେଳେ ଚାଷୀ ଦଲାଲଙ୍କୁ ନିଜ ବର୍ଷକର ଅମଳ ଶାଗମାଛ ଦରରେ ବିକ୍ରୟ କରି ତଳିତଳାନ୍ତ ହୋଇଚାଲିଛନ୍ତି । ଚାଷୀ ପିତାମ୍ବରଙ୍କ ଧାନ ବିକ୍ରୟ ନହେଲେ ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖିଦେବୁ ବୋଲି କଂଗ୍ରେସ ନେତା ବୀରେନ୍ଦ୍ର ବାଗ ଚେତାବନୀ ଦେଇଛନ୍ତି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories