www.samajalive.in
Saturday, December 6, 2025
23.1 C
Bhubaneswar

ଜାତୀୟ ରାଜପଥ ଉପରେ ଟ୍ରକଟ୍ରକ ବାଲି ଯୋଗୁଁଁ ଚାଲିଗଲା ଯୁବକଙ୍କ ଜୀବନ, ବେଫିକର ଠିକା ସଂସ୍ଥା

ଫୁଲବାଣୀ : ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡି ଥାନା ସିମନବାଡ଼ି ବଜାର ନିକଟ ମୁଖ୍ୟ ରାଜରାସ୍ତା ଉପରେ ବଡ଼ ବଡ଼ ହାଇୱା ଟ୍ରକରେ ବାଲି ଅଣାଯାଇ ରାସ୍ତା ଉପରେ ପକାଇ ରଖାଯାଉଛି। ଏହି ବାଲିକୁ ଅଞ୍ଚଳରେ ପାଣି ଟାଙ୍କି ନିର୍ମାଣ କରୁଥିବା ଏକ ଠିକା ସଂସ୍ଥା ଆଣି ରଖୁଥିବାବେଳେ ସେହି ବାଲି ଥିବା ଯୋଗୁଁଁ ଶନିବାର ଭାରସାମ୍ୟ ହରାଇ ଗୋଟିଏ ବାଇକ ସେହି ବାଲି ଥିବା ସ୍ଥାନରୁ ମାତ୍ର ୧୦ମିଟର ଦୂରରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ଥିବା ଆଦିବାସୀ ଗ୍ରାମର ଟାଇସନ ପ୍ରଧାନ ନାମକ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟ ଘଟିଛି। ଏନେଇ ଠିକା ସଂସ୍ଥା କର୍ମଚାରୀଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ସେ ୫୯ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରି ବାଲି ପକାଇ ରଖୁଛନ୍ତି। ବାଲି ଥିବା ଯୋଗୁଁଁ ଗୋଟିଏ ପାର୍ଶ୍ବରୁ ଯଦି କୌଣସି ବସ୍ ଆସୁଥାଏ ଓ ବିପରୀତ ଦିଗରୁ ଛୋଟ ଚାରିଚକିଆ କିମ୍ବା ଟ୍ରକ୍ ଆସିଲେ ରାସ୍ତା ଉପରେ ବାଲି ଥିବା ଯୋଗୁଁଁ ଯାତାୟତରେ ଅସୁବିଧା ହେଉଥିବାବେଳେ ଗତକାଲି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏକ ନିରୀହ ଜୀବନ ଅକାଳରେ ଚାଲି ଯାଇଛି। ତେଣୁ ଏଥିପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ଓ ତହସିଲଦାର ସମ୍ପୃକ୍ତ ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରକୁ ଆଣି କାହା ନିର୍ଦେଶରେ ଜାତୀୟ ରାଜପଥ ଉପରେ ଟ୍ରକ ଟ୍ରକ ବାଲି ପକାଇ ରଖୁଛନ୍ତି ତାହାର ଯାଞ୍ଚି କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories