www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କ ନିର୍ଦେଶକୁ ବେଖାତିର କରି ଲ୍ୟାମ୍ପସକୁ ଦେଇଛନ୍ତି ଧାନମଣ୍ଡି, ୨୩ ଆବେଦନକାରୀ ସ୍ୱୟଂ ସହାୟକ ଗୋଷ୍ଠି ନିରାଶ

ମାଲକାନଗିରି: ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥି ନିମନ୍ତେ ମିଶନ ଶକ୍ତି ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେଇ ପ୍ରତ୍ୟେକ ଜିଲ୍ଲାରେ କାମ କରୁଛନ୍ତିା ତେବେ ମାଲକାନଗିରି ଜିଲ୍ଲାରେ ମହିଳାଙ୍କ ପ୍ରତି କୁଚକ୍ରାନ୍ତ କରି ଯୋଗାଣ ବିଭାଗ ଓ ଲ୍ୟାମ୍ପସର ମଧୁଚନ୍ଦ୍ରିକା ଯୋଗୁଁ ମହିଳାମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛିା ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଗତ ଦୁଇବର୍ଷ ଧରି ମାଲକାନଗିରି ଜିଲ୍ଲାରେ କିଛି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଧାନମଣ୍ଡି ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ପ୍ରାଥମିକ ସ୍ତରରେ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା କରିବା ନିମନ୍ତେ ଦାୟିତ୍ୱ ଦେଇଥିଲେ ଏବଂ ଆଗାମୀ ଦିନରେ ଆହୁରି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ବଢାଇ ଧାନମଣ୍ଡି ପରିଚାଳନା ଦାୟିତ୍ୱ ଦେବାର ଯୋଜନା ରହିଥିଲା।

ଚଳିତବର୍ଷ ସରକାରଙ୍କ ଏହି ନୀତିକୁ ଆଖି ଆଗରେ ରଖି ମାଲକାନଗିରି, କୋରୁକୋଣ୍ଡା, କାଲିମେଳା ଓ ପଡିଆ ବ୍ଲକର ସମୁଦାୟ ୨୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠି ଧାନ ମଣ୍ଡି ପରିଚାଳନା କରିବା ନିମନ୍ତେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦେଶକ୍ରମେ ୨୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠି ମଧ୍ୟରୁ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠିକୁ ଚୟନ କରାଯାଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠା ଯାଇଥିବା ସୂଚନା ମିଳିଛି। ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଏହି ଗୋଷ୍ଠିମାନଙ୍କୁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ନ ଦେବା ନିମନ୍ତେ ଲ୍ୟାମ୍ପ ସହିତ ମିଶି କୁଚକ୍ରାନ୍ତ କରିଥିବା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଅଭିଯୋଗ କରିଛନ୍ତିା ତାଙ୍କ କହିବା ଅନୁସାରେ ଏହି ମହିଳା ଗୋଷ୍ଠିମାନେ ଗତ ଜୁନ୍ ମାସରେ ଧାନମଣ୍ଡି ନିମନ୍ତେ ଆବେଦନ କରିଥିଲୋ ଏହାକୁ ଆଖି ଆଗରେ ରଖି ଜୁଲାଇ ମାସ ୧୭ ତାରିଖ ଦିନ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଲ୍ୟାମ୍ପସ୍ କର୍ମଚାରୀ ମିଳିତ ଭାବେ କୁଚକ୍ରାନ୍ତ କରି କିଛି ଲୋକଙ୍କୁ ଜିଲ୍ଲାପାଳଙ୍କ କା ର‌୍ୟ୍ୟାଳୟରେ ଆଣି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଧାନମଣ୍ଡି ନ ଦେବା ନିମନ୍ତେ ଅଭି ଯୋଗ କରାଇଥିବା ସ୍ୱୟଂ ସହାୟକ ଗୋଷ୍ଠି ଅଭି ଯୋଗ କରି ଆସୁଥିଲୋ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କିଛିଦିନ ପାଇଁ ଏହାକୁ ଘଣ୍ଟ ଘୋଡାଇ ଦିଆଯାଇଥିଲ।। ପରବର୍ତୀ ସମୟରେ ଯୋଗାଣ ଅଧିକାରୀଙ୍କ ନିର୍ଦେଶକ୍ରମେ ଏହି ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଯାଞ୍ଚ କରାଯାଇ ତଥ୍ୟ ପ୍ରଦାନ କରା ଯାଇଥିଲ।। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ତରଫରୁ ଭର୍ଚୁଆଲ ବୈଠକ ମାଧ୍ୟମରେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଧାନମଣ୍ଡି ପରିଚାଳନା ଦାୟିତ୍ୱ ଦେବା ନିମନ୍ତେ ନିର୍ଦେଶ ଦିଆ ଯାଇଥିଲ।।

- Advertisement -

ଚଳିତ ବର୍ଷ ୩୮୦୮୧ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ନାମ ପଞ୍ଜିକରଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ୬୫ଟି ଧାନମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ ଖରିଦ କରିବାର ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ୯୩୫୮୨୦ କ୍ୱିଣ୍ଟାଲ ଧାନ କିଣା ଯିବାର ବ୍ୟବସ୍ଥା ରହିଛିା ଏହାକୁ ଆଖି ଆଗରେ ରଖି ଚଳିତ ମାସ ୯ ତାରିଖ ଦିନ ଜିଲ୍ଲା ଧାନ କ୍ରୟ କମିଟି (ଡି.ଏଲ୍‌.ପି.ସି.) ବୈଠକରେ ଏହି ଗୋଷ୍ଠିମାନଙ୍କୁ ମଣ୍ଡି ପରିଚାଳନା କରିବା ନିମନ୍ତେ ସୁପାରିଶ କରା ଯାଇଥିବାବେଳେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ମଧ୍ୟ ଗୋଷ୍ଠିମାନଙ୍କୁ ଧାନମଣ୍ଡି କରିବା ପାଇଁ ଦାୟିତ୍ୱ ଦେବା ନିମନ୍ତେ ସୁପାରିଶ କରିଥିଲୋ ପରବର୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ଏହି ଗୋଷ୍ଠି ମାନଙ୍କୁ ଚଳିତ ବର୍ଷ ଧାନମଣ୍ଡି ପରିଚାଳନାରୁ ବାଦ୍ ଦିଆ ଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରକାଶ କରିଛନ୍ତିା ତାଙ୍କ କହିବା ଅନୁସାରେ ସ୍ବୟଂ ସହାୟକ ଗୋଷ୍ଠିମାନେ ଆବେଦନ କରିବା ପରେ ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ହୋଇଛି, ବର୍ତମାନ ଆଉ ସମୟ ନାହିଁ, ଆଗାମୀ ବର୍ଷ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ଦିଆ ଯିବ ବୋଲି ସେ ପ୍ରକାଶ କରିଛନ୍ତିା ତେବେ ରାଜ୍ୟ ସରକାରଙ୍କ ନିର୍ଦେଶକୁ ଖୋଲାଖୋଲି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ବେଖାତିର କରିବା ଏଥିରୁ ସ୍ପଷ୍ଟ ହେଉଛିା

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories