www.samajalive.in
Monday, December 15, 2025
14.1 C
Bhubaneswar

ଦୋରଡ ଓ ସଠିଲୋରେ ବିଜେଡିର ପଦଯାତ୍ରା

ଆଠଗଡ : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ବ୍ୟାପୀ ଅକ୍ଟୋବର ୨ରୁ ୧୧ତାରିଖ ପର୍ଯ୍ୟନ୍ତ ଚାଲିଥିବା ଜନସଂପର୍କ ପଦଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ବୁଧବାର ଆଠଗଡ ବିଜେଡି ପକ୍ଷରୁ ଦୋରଡ ଓ ସଠିଲୋ ପଞ୍ଚାୟତରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ଦ୍ୱାରା ଉଦ୍‌‌ଘାଟିତ ଏହି ଜନସଂପର୍କ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ବିଜେଡି ଯୁବନେତା ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ବିଜୁ ଜନତା ଦଳ ପ୍ରତିଷ୍ଠା ଦିନଠାରୁ ଆଜି ମଧ୍ୟରେ ୨୫ବର୍ଷ ଧରି ଓଡିଶାବାସୀ ଏବଂ ରାଜ୍ୟର ସବୁ କ୍ଷେତ୍ରରେ ବିକାଶଧାରାକୁ ଗତିଶୀଳ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ସ୍ୱାଇଁ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ୨ ପଞ୍ଚାୟତରେ ଶହ ଶହ ବିଜେଡିର କର୍ମୀ ଓ ନେତା ଯୋଗଦାନ କରିଥିଲେ । ଜିଲ୍ଲାପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁନିଲ ପରିଡା, ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ଦୋରଡ ସରପଞ୍ଚ ଜ୍ୟୋସ୍ନାରାଣୀ ଭୋଇ, ସମିତି ସଭ୍ୟ ବିଭୂତି ଭୂଷଣ ବେହେରା, ସଠିଲୋ ସରପଞ୍ଚ ବୀଣାପାଣି ପରିଡା, ସମିତି ସଭ୍ୟ ସୁବାସ ଚନ୍ଦ୍ର ପାଳ, ଶରତ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟନାରାୟଣ ପାଳ, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ଓ ଶୁଭେନ୍ଦୁ ବେଉରା ବିଭିନ୍ନ ସ୍ଥାନରେ ଉଦ୍‌‌ବୋଧନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories