www.samajalive.in
Sunday, December 14, 2025
26.1 C
Bhubaneswar

ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ ଶିବିର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ସ୍ଥିତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଯୁବ ରେଡକ୍ରସର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟାପକ ଦଶରଥ ସାହୁ ଓ ମିତ୍ରଭାନୁ ମହାନ୍ତ ସେବା ମାଧ୍ୟମରେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଗଢ଼ାଯାଇପାରିବ ବୋଲି ମତ ରଖିଥିଲେ । ଏହି ଶିବିରକୁ ଯୁବ ରେଡକ୍ରସର ମାର୍ଗଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତି ପରିଚାଳନା କରିବା ସହ ସ୍ଵେଚ୍ଛାସେବୀମାନଙ୍କୁ ରେଡକ୍ରସର ଇତିହାସ, ଲକ୍ଷ୍ୟ ଓ ଆଦର୍ଶ, ମୌଳିକ ନୀତି ଆଦି ସମ୍ପର୍କରେ ଦିଗଦର୍ଶନ ଦେବା ସହ ସେବା ବ୍ରତରେ ବ୍ରତୀ ହେବା ପାଇଁ ଶପଥ ପାଠ କରାଇଥିଲେ । ଶେଷରେ ସ୍ଵେଚ୍ଛାସେବୀମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟାପକ ତଥା କର୍ମଚାରୀ ସୌଦାମିନୀ ବାରିକ, ଯଯାତି ସାହୁ, ସମରେନ୍ଦ୍ର ମହାନ୍ତ, କାହ୍ନୁ ଚରଣ ପଲେଇ, ସନ୍ଦୀପ କୁମାର ମହାନ୍ତ , ରବୀନ୍ଦ୍ର କୁମାର ପଲେଇ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories