www.samajalive.in
Saturday, December 13, 2025
27.1 C
Bhubaneswar

ସିନ୍ଧୁଙ୍କ ମାନ୍ୟତା ୩କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତର ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି.ସିନ୍ଧୁଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଗୁରୁବାର ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ପକ୍ଷରୁ ପ୍ରକାଶିତ ମହିଳା ସିଙ୍ଗଲ୍‌ସ ଖେଳାଳିଙ୍କ ତାଲିକାରେ ସିନ୍ଧୁ ତିନିଟି ପାହ୍ୟା ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଚଳିତବର୍ଷ ସିନ୍ଧୁ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ କରିବା ଫଳରେ ତାଙ୍କ ମାନ୍ୟତାରେ ଅବନତି ଘଟିଥିଲା। ତେବେ ନିକଟରେ ଚୀନର ଗ୍ବାଙ୍ଗ୍‌ଝୌରେ ଆୟୋଜିତ ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସରେ ଚମ୍ପିଆନ ହେବାପରେ ତାଙ୍କ ମାନ୍ୟତାରେ ଏଭଳି ଉନ୍ନତି ଘଟିଛି। ୨୦୧୭ ଏପ୍ରିଲରେ ସିନ୍ଧୁ ଏହି ତାଲିକାର ୨ୟ ସ୍ଥାନକୁ ଉନ୍ନୀତ ହୋଇ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିଥିଲେ। ଅପରପକ୍ଷରେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‌ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଜାପାନର ନୋଜୋମି ଓକୁହାରା ୩ଟି ପାହ୍ୟା ଉପରକୁ ଉଠି ୨ୟ ସ୍ଥାନରେ ଉପନୀତ ହୋଇଛନ୍ତି। ଓକୁହାରା ଓ ସିନ୍ଧୁଙ୍କ ମଧ୍ୟରେ ପ୍ରାୟ ୧୬୦୦ ପଏଣ୍ଟ ବ୍ୟବଧାନ ରହିଛି। ଆଗାମୀ ବର୍ଷ ପ୍ରାରମ୍ଭରେ ସିନ୍ଧୁ ଯଦି କୌଣସି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୁଅନ୍ତି, ତେବେ ଓକୁହାରାଙ୍କୁ ପଛରେ ପକାଇ ପୂର୍ବ ମାନ୍ୟତା ଫେରିପାଇବାର ସମ୍ଭାବନା ରହିଛି। ଅନ୍ୟ ଭାରତୀୟ ମହିଳା ଖେଳାଳିଙ୍କ ମଧ୍ୟରେ ସାଇନା ନେହୱାଲ ତାଲିକାରେ ୯ମ ସ୍ଥାନ ବଜାୟ ରଖିଛନ୍ତି।
ପୁରୁଷ ଖେଳାଳିଙ୍କ ତାଲିକାରେ କିଦାମ୍ବି ଶ୍ରୀକାନ୍ତ ଏକମାତ୍ର ଭାରତୀୟ ଭାବେ ଶ୍ରେଷ୍ଠ ଦଶ ମଧ୍ୟରେ ୮ମ ସ୍ଥାନ ବଜାୟ ରଖିଛନ୍ତି। ଅପରପକ୍ଷରେ ସମୀର ବର୍ମା ଦୁଇଟି ପାହ୍ୟା ଉପରକୁ ଉଠି ୧୨ଶ ସ୍ଥାନରେ ଉପନୀତ ହୋଇଛନ୍ତି। ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସରେ ସେମିଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହେବାପରେ ଏହା ସମୀରଙ୍କ ମାନ୍ୟତା ଉପରେ ଅନୁକୂଳ ପ୍ରଭାବ ପକାଇଛି। ଜାପାନର କେନ୍‌ତୋ ମୋମୋତା ତାଲିକାର ଶୀର୍ଷରେ ଥିବାବେଳେ ଭାରତର ଏଚ.ଏସ.ପ୍ରଣୟ ୨୦, ସାଇପ୍ରଣିତ ୨୨ଶ ସ୍ଥାନରେ ରହିଛନ୍ତି। ପୁରୁଷ ଡବଲ୍‌ସ ତାଲିକାରେ ଭାରତୀୟ ଯୋଡି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଦୁଇଟି ପାହ୍ୟା ଉପରକୁ ଉଠି ୧୬ଶ ସ୍ଥାନରେ ପହଞ୍ଚିଛନ୍ତି। ମହିଳା ଡବଲ୍‌ସରେ ଅଶ୍ବିନୀ ପୋନାପ୍ପା-ସିକ୍କି ରେଡ୍ଡିଙ୍କ ମାନ୍ୟତା (୨୩) ଅପରିବର୍ତ୍ତିତ ରହିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories