www.samajalive.in
Monday, December 15, 2025
27.1 C
Bhubaneswar

ନିର୍ମାଣ ପରଠୁ ଅଚଳ ୨ କୋଟିର ଅମ୍ଳଜାନ କାରଖାନା

ଗୁଣପୁର: ନିର୍ମାଣ ପରଠାରୁ ଅଚଳ ରହିଛି ରୋଗୀଙ୍କ ନିମନ୍ତେ ଉଦିଷ୍ଟ ଅମ୍ଲଜାନ କାରଖାନା। ଗୁରୁତର ରୋଗୀଙ୍କୁ ଅମ୍ଳଜାନ ଯୋଗାଇବା ଲକ୍ଷ୍ୟରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ ଅମ୍ଳଜାନ କାରଖାନା ସ୍ଥାପନ କରାଯାଇଥିଲା। ଯନ୍ତ୍ରାଂଶ ସ୍ଥାପନ ସହ ପାଇପ୍ ଲାଇe ନିର୍ମାଣ ସରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ଆନ୍ଧ୍ର -ଓଡ଼ିଶା ସୀମାନ୍ତ ରାୟଗଡା ଜିଲାର ଗୁଣପୁର ଉପଖଣ୍ଡ ଡାକ୍ତରଖାନା ଉପରେ ଶହଶହ ରୋଗୀ ନିର୍ଭରଶୀଳ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତା ଅଭାବରୁ ଏହି କାରଖାନା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ଗୁଣପୁର ବ୍ଲକର ଗୁରୁତ୍ବକୁ ଉପଲବ୍ଧ କରି ରାଜ୍ୟ ସରକାର ୨୦୦୨ ମସିହାରେ ଏହି ଚିକିତ୍ସାଳୟଳକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଥିଲେ। ଏହା ଉପରେ ୫ ଗୋଟି ବ୍ଲକ ଓ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳବାସୀ ନିର୍ଭରଶୀଳ।

କୋଭିଡ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଅମ୍ଳଜାନ କାରଖାନା ସ୍ଥାପନ କରାଯାଇଥିଲା। ପି. ଏମ. କେର ଫଣ୍ଡ ଯୋଗେ ସ୍ଥାପିତ ହୋଇଥିବା ୪୫୦ ଏଲପିଏମ୍. କ୍ଷମତା ବିଶିଷ୍ଟ ଏହି କାରଖାନାକୁ ଆଭାସୀରେ ଶୁଭାରମ୍ଭ କରାଯାଇଥିଲା। ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସେନ ଏହାର ନିର୍ମାଣ ଦାୟିତ୍ବ ନେଇଥିଲା। ବିଭିନ୍ନ ୱାର୍ଡରେ ଥିବା ରୋଗୀଙ୍କୁ ଅମ୍ଲଜାନ ଯୋଗାଇବା ପାଇଁ ପାଇପ ଲାଇନ ବିଛା କାମ ମଧ୍ୟ ସରି ଯାଇଛି। ହେଲେ କାରଖାନା କାର୍ଯ୍ୟକ୍ଷମ ହୋଇନଥିବାରୁ ରୋଗୀଙ୍କୁ ମାନୁଆଲ ମେସିନ ସହାୟତାରେ ଅମ୍ଳଜାନ ଯୋଗାଇ ଦିଆଯାଉଛି।

- Advertisement -

ଦୀର୍ଘବର୍ଷ ଧରି ଏହି କାରଖାନା ଅଚଳ ରହିଥିବାରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କାରଖାନା ଏବେ ଖତ ଖାଉଛି। ଏହି କାରଖାନା ଅଚଳ ହୋଇଥିବା ସମ୍ପର୍କରେ ଅବଗତ ଅଛନ୍ତି ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ। ନିର୍ମାଣ ହେବା ଦିନଠୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଆନ୍ଧ୍ରର ଏକ ଠିକା ସଂସ୍ଥା ଏହା ନିର୍ମାଣ କରିଥିଲା। ସେହି ସଂସ୍ଥା ଆଉ ଧରାଛୁଅଁା ଦେଉନି। ଏହାର ମରାମତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories