www.samajalive.in
Wednesday, December 10, 2025
23.1 C
Bhubaneswar

ବେକାରୀ ହାର ୧୦.୦୫ %କୁ ବୃଦ୍ଧି

ନୂଆଦିଲ୍ଲୀ  : ଦେଶରେ ବେକାରୀ ହାର ଗତ ସେପ୍ଟେମ୍ବରରେ ୭.୦୯%ରୁ ୧୦.୦୫%କୁ ବୃଦ୍ଧି ପାଇଛି, ଯାହାକି ୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ଗୁରୁବାର ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ବେକାରୀହାର ଗ୍ରାମାଞ୍ଚଳରେ ୬.୨%ରୁ ୧୦.୮୨%କୁ ବୃଦ୍ଧି ପାଇଥିବାବେଳେ ସହରୀ ବେକାରୀ ହାର ସାମାନ୍ୟ ହ୍ରାସ ପାଇ ୮.୪୪%କୁ ପହଞ୍ଚିଛି। ଗ୍ରାମାଞ୍ଚଳରେ ବେକାରୀ ବୃଦ୍ଧି ହେତୁ ଅକ୍ଟୋବରରେ ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତର ବେକାରୀ ହାର ସର୍ବାଧିକ ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଅକ୍ଟୋବରରେ ପ୍ରକାଶିତ ସଦ୍ୟତମ ସରକାରୀ ରିପୋର୍ଟରେ ୨୦୨୨-୨୩ ବର୍ଷ ପାଇଁ ଦେଶରେ ବେକାରୀ ହାର ୩.୨ ପ୍ରତିଶତ ରହିଛି। କରୋନା ମହାମାରୀ ସମୟରେ ଭାରତରେ ବେକାରୀ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତାହାପରଠାରୁ ଏହା ହ୍ରାସ ପାଉଥିଲା। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଭଳି ସ୍ଥିତିରେ ବେକାରୀ ଏବଂ ଉଚ୍ଚ ଦରଦାମ ସମସ୍ୟାର ସମାଧାନ ସରକାରଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି। ସରକାର କେବଳ ଜିଡିପି ଅଭିବୃଦ୍ଧି ପରିବର୍ତ୍ତେ ନିଯୁକ୍ତି ସୃଷ୍ଟି ହେଉଥିବା ଜିଡିପି ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଏହି ରିପୋର୍ଟରେ କୁହାଯାଇଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories