www.samajalive.in
Monday, December 15, 2025
14.1 C
Bhubaneswar

୮ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ

ଡେସ୍କ : ଭାରତ ସରକରାଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର  ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ୮ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଏକ ଦୁଇ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ଯୋଜନା ସବୁ ପ୍ରଣୟନ କରିଛନ୍ତି ତାହାର ଉପଯୋଗ ଓ ଉପାଦେୟତା ସମ୍ପର୍କରେ ବିଶିଷ୍ଟ ଅତିଥିମାନେ ଆଲୋକପାତ କରିଥିଲେ । ସୋମବାର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଇଦାନକେଲ ଗ୍ରାମ ପଞ୍ଚାୟତର ସରପଞ୍ଚ  ଭାଗିରଥୀ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କେନ୍ଦୁଝର ଜିଲ୍ଲା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଲିଡ୍‌ ଜିଲ୍ଲା ପରିଚାଳକ ରବିନାରାୟଣ ମହାଳିକ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ସେହିଭଳି ପଦ୍ମପୁର ମେଡିକାଲର ଅଧିକାରୀ ଡକ୍ଟର ସୁଦର୍ଶନ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ମଇଦାନକେଲ ସ୍ଥିତ ପ୍ରଗତି ହାଇସ୍କୁଲର ପ୍ରଧାନ ଶିକ୍ଷକ ପର୍ଶୁରାମ ମହାନ୍ତ ସମ୍ମାନିତ ଅତିଥି ଏବଂ ନାୟବ ସରପଞ୍ଚ କଳ୍ପନା ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୀତବାସ ମହାପାତ୍ର ମଧ୍ୟ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଆର୍ଥିକ ଶିକ୍ଷା ଉପରେ ଅବଗତ କରାଇଥିଲେ । ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଯାଇଥିଲା।

- Advertisement -

ଉପସ୍ଥିତ ବିଶେଷଜ୍ଞମାନେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବିଶେଷ ଆଲୋକପାତ କରି ଏଥିରେ କିପରି ସୁଫଳ ପାଇ ହେବ ତାହା ଉପରେ ମତବ୍ୟକ୍ତ କରିଥିଲେ । ବିଶେଷ କରି ସରପଞ୍ଚ ଶ୍ରୀ ସିଂହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଉଜ୍ଜ୍ୱଳା, ନୂତନ ଶିକ୍ଷାନୀତି ଓ ଜନଧନ ଆଦି ଯୋଜନା ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝରର କ୍ଷେତ୍ର ପ୍ରଚାର ଅଧିକାରୀ  ପାର୍ଥସାରଥୀ ମଲ୍ଲିକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ମଇଦାନକେଲ ଗ୍ରାମପଞ୍ଚାୟତର ଏମ୍‌ବିକେ ରଞ୍ଜିତା ମହାନ୍ତ ବିଶେଷ ସହଯୋଗ କରିଥିଲେ । ଏହି ଅବସରରେ ଗତକାଲିର ପ୍ରାକ୍‌ ସଚେତନତା କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କଳା ଅନୁଷ୍ଠାନ ବାଲେଶ୍ୱର ଜିଲ୍ଲାର ଶ୍ରଦ୍ଧା କ୍ରିଏଟିଭ ଆର୍ଟ୍‌ସ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories