ହରଭଙ୍ଗାରେ ଗୋ-ସମ୍ବର୍ଦ୍ଧନା ଉତ୍ସବ
ହରଭଙ୍ଗା:ହରଭଙ୍ଗା ପ୍ରାଣୀଚିକିତ୍ସାକେନ୍ଦ୍ର ପ୍ରାଙ୍ଗଣରେ ବ୍ଲକ ପ୍ରାଣୀଚିକତ୍ସା ବିଭାଗ ପକ୍ଷରୁ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ସୋମବାର ପାଳନ କରାଯାଇଛି। ବ୍ଲକ ପ୍ରାଣୀ ଚିକିତ୍ସାଅଧିକାରୀ ଡାକ୍ତର ବୀରେନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା, ଅନ୍ୟତମ ଅତିଥିଭାବେ ଡିଆଁଘାଟ ଓାର୍ଡସଭ୍ୟ ପ୍ରତିମା ପାତ୍ର, ପୁରୁଣାକଟକ ପ୍ରାଣୀଚିକିତ୍ସା ଅଧିକାରୀ ଡା.ମିଲିନ ରାଉତ, ଭ୍ରାମ୍ୟମାଣ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା.ପ୍ରତିଭା ପାଢୀ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଅବସରରେ ଗୋ-ମାତାଙ୍କ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋ-ସମ୍ବର୍ଦ୍ଧନା ଉପଲକ୍ଷେ ବୌଦ୍ଧର ଜଣେ ଜଣାଶୁଣା କବି ରୋହିତ କୁମାର ଦୀପ ନିଜେ ଲେଖିଥିବା ଏକ କବିତା ପଠନ କରିଥିଲେ। ଆଜିର କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦେଶ୍ୟ ସର୍ମ୍ପକରେ ଡା.ମିଲିନ ରାଉତ୍ ନିଜର ବକ୍ତବ୍ୟ ରଖିବା ସହିତ ଉପସ୍ଥିତ ଚାଷିଭାଇମାନଙ୍କୁ ଗୋ-ପାଳନର ଆବଶ୍ୟକତା ଓ ପଦ୍ଧତି ସର୍ମ୍ପକରେ ଆଲୋକପାତ କରିଥିଲେ।
ଡା.ପ୍ରତିଭା ପାଢୀ ମଧ୍ୟ ଏହି ଉତ୍ସବର ମାହାତ୍ମ୍ୟ ତଥା ପୂରାଣ ସମ୍ବଳିତ ବୀବରଣୀ ସର୍ମ୍ପକରେ କିଛି ଲୁକାୟିତ ତଥ୍ୟ ଚାଷୀଭାଇଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।ବହୁତବର୍ଷ ବ୍ୟବଧାନରେ ପ୍ରଥମଥର ପାଇଁ ହରଭଙ୍ଗାରେ ଏଭଳି ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା।ଏହି ଅବସରରେ ଏକ ପ୍ରାଣି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଟୀକାକରଣ କରାଯାଇ ପ୍ରାଣୀ ପାଳକଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମରେ ଧଳପୁର ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ୍,ସରସରା ପ୍ରାଣୀଧନ ନିରୀକ୍ଷକ ନିରଞନ ପାତ୍ର, ଅକ୍ଷୟ ନାଏକ, ରଞନ ଅମାତ୍, ପ୍ରମିଲ ମହାକୁଡ, ଟି.ନୀଳାଚଳ ମିଶ୍ର,ସଞୟ ସାହୁ ,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ବିଶିଷ୍ଟ ସମାଜସେବୀ ତଥା ସଚେତନ ନାଗରିକ ଜ୍ୟୋର୍ତୀମୟ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.