www.samajalive.in
Monday, December 15, 2025
15.1 C
Bhubaneswar

ଅଟକିଛି ଓୟୁଏଟି ଭିତ୍ତିଭୂମି ବିକାଶ : କୁଳପତିଙ୍କୁ ଦାବିପତ୍ର ଦେଲେ ପ୍ରତିନିଧି

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ବିକାଶ କାର୍ଯ୍ୟ ଅଟକି ରହିଛି। ଏନେଇ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ର ସଂସଦର ପ୍ରତିନିଧି ଲିଖିତ ଭାବେ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ମୁଖ୍ୟତଃ ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୁରୁଣା ହଷ୍ଟେଲର ମରାମତି ହେଉ ନାହିଁ କିମ୍ବା ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ କାର୍ଯ୍ୟ ତଦାରଖ ହେଉନାହିଁ। ସ୍ମାର୍ଟ କ୍ଲାସ୍‌ରୁମ୍ ଓ ଲାବ୍‌ର ଆଧୁନିକୀକରଣ, ପାଠାଗାର ଓ ଖେଳ ପଡ଼ିଆର ଉନ୍ନତୀକରଣ ଦିଗରେ ଦୃଷ୍ଟି ଦିଆଯାଉନି। ସ୍ପୋର୍ଟସ୍‌ କମ୍ପ୍ଲେକ୍ସର ଉନ୍ନୟନ ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉନି।

- Advertisement -

ବିଧାନସଭାରେ ୧୫୦ କୋଟି ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁର କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ଉନ୍ନୟନମୂଳକ କାମ ଆରମ୍ଭ ହୋଇନି। ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ଆରମ୍ଭ ହୋଇଥିବା ବେଳେ ଓୟୁଏଟିର ଭିତ୍ତିଭୂମି ବିକାଶ କେବେ ହେବ ବୋଲି ବିଦ୍ୟାର୍ଥୀ ପ୍ରଶ୍ନ କରିଛନ୍ତି। ଯଥାଶୀଘ୍ର ଅନୁମୋଦିତ ଟଙ୍କାକୁ ଉପଯୋଗ କରି ନୂତନ ରୂପରେଖ ପ୍ରଦାନ କରିବାକୁ ଓୟୁଏଟି ଛାତ୍ର ସଂସଦ ପକ୍ଷରୁ ଦାବି କରୁଛି।

ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଅଚାନକ ଗସ୍ତରେ ଆସି ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ଯାଞ୍ଚ କରିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏହି ଅବସରରେ ଭିତ୍ତିଭୂମି ବିକାଶ ପାଇଁ ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କୁଳପତି ପ୍ରଫେସର ପୱନ ଅଗ୍ରୱାଲ କହିଛନ୍ତି ବିଶ୍ବବିଦ୍ୟାଳୟ ପକ୍ଷରୁ ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ସରକାର ସମସ୍ତପ୍ରକାର ସହଯୋଗ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories