www.samajalive.in
Monday, December 15, 2025
16.1 C
Bhubaneswar

ଓଟିଏମ୍ ହାଇସ୍କୁଲରେ ସ୍ୱଚ୍ଛତା ମିଶନ୍ ଶୁଭାରମ୍ଭ

ଚୌଦ୍ୱାର : ସ୍ଥାନୀୟ ଓଟିଏମ୍ ହାଇସ୍କୁଲରେ ସ୍ୱଚ୍ଛତା ମିଶନ୍ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । କଟକ ଜିଲାପାଳ ଭବାନୀ ଶଂକର ଚଇନୀ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ବିଦ୍ୟାଳୟ ଗୁଡ଼ିକରେ ଶୁଦ୍ଧ ପାନୀୟଜଳ ବ୍ୟବସ୍ଥା, ଶୌଚାଳୟ ଗୁଡ଼ିକର ସ୍ୱଚ୍ଛତା ଓ ବିଦ୍ୟଳୟରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷରେ ସ୍ୱଚ୍ଛତା ମିଶନ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ଦେଇ ଏହାକୁ କଢ଼ାକଢ଼ିଭାବେ ପାଳନ କରିବା ପାଇଁ ବିଦ୍ୟାଳୟ ଗୁଡ଼ିକୁ ପରାମର୍ଶ ଦେଇଥିଲେ । ହାଇସ୍କୁଲ ପରିସରରେ ନବ ପ୍ରତିଷ୍ଠିତ ଏକ ପାନୀୟ ଜଳ ପ୍ରକଳ୍ପକୁ ଜିଲାପାଳ ଶ୍ରୀ ଚଇନୀ ହି ଅବସରରେ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ମମତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ, ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ଷଢ଼ଙ୍ଗୀ, ଏନ୍ସିସି ଗୃପ୍ କମାଣ୍ଡର କର୍ଣ୍ଣେଲ ରଜନିଶ କାପୁର, କମାଣ୍ଡିଙ୍ଗ ଅଫିସର ସୌମ୍ୟ ରଞ୍ଜନ ଓତା, ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଢ଼ଙ୍ଗୀ, ସିଆରସିସି ପୂର୍ଣ୍ଣଚନ୍ଦ୍ର ସେଠୀ , ପୁରାତନ ଛାତ୍ର ସଂସଦର ବିଶ୍ୱକଲ୍ୟାଣ ଦାସ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏନ୍‌ସି ଅଫିସର ଜୀତେନ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୁକ୍ତା ବିଶୋଇ,ବିଜୟ ମହାନ୍ତି,ପ୍ରଫୁଲ୍ଲ ନାଥ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ସବ ପରିଚାଳନା କରିଥିଲେ ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories