www.samajalive.in
Sunday, December 14, 2025
19.1 C
Bhubaneswar

ଜେଲରେ ଅଭିଯୁକ୍ତଙ୍କ ହାତ ଧରିଲେ ପୀଡିତା 

ଚୌଦ୍ୱାର : ଚୌଦ୍ୱାର ମଣ୍ଡଳ କାରାଗାର ମଧ୍ୟରେ ଦ୍ୱିତୀୟ ଥର ଲାଗି ଜଣେ ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ହିନ୍ଦୁ ରୀତିନୀତିରେ ଅନୁଷ୍ଠିତ ହୋଇଛି ବିବାହ। ଜେଲ ପରିସରରେ ଥିବା ଶିବ ମନ୍ଦିରରେ  ଜଣେ ବିଚାରଧିନ କଏଦୀ ନୃଷିଙ୍ଗ ଦାସଙ୍କ ବେକରେ ବରଣମାଳା ପକାଇ ପିନ୍ଧାଇଛନ୍ତି ଅଭିଯୋଗକାରିଣୀ ପୀଡିତା ପୂଜା । ବୁଧବାର ଦିନ ଡିଆଇଜି ତଥା ଚୌଦ୍ୱାର ଜେଲର ମୁଖ୍ୟ କୁଳମଣି ବେହେରା, ଜେଲର ଅବିନାଶ ବେହେରା, ୱେଲଫେୟାର ଅଫିସର ରାମକୃଷ୍ଣ ଦାସ, ଉଦ୍ଧାର ଫାଉଣ୍ଡେସନ୍‌ର ସଭାପତି ନରୋତ୍ତମ ଦାସଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ତଥା ଉଭୟ ବରକନ୍ୟାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପୁରୋହିତଙ୍କ ବେଦମନ୍ତ୍ର ଉଚ୍ଚାରଣ ଭିତରେ ସମ୍ପନ୍ନ ହୋଇଥିଲା ବିବାହ କାର୍ଯ୍ୟ ।

ସୂଚନା ଅନୁଯାୟୀ, କଟକ ସଦର ଥାନା ଶଂଙ୍ଖତ୍ରାସ ଗ୍ରାମର ରବିଦାସଙ୍କ ଝିଅ ପୁଜା (୧୮)।  ମୋବାଇଲରେ ପୂଜାଙ୍କ ସଂପର୍କ ଗଢି ଉଠିଥିଲା ସେହି ଗ୍ରାମର ନରେଶ ଦାସଙ୍କ ପୁଅ ନୃସିଂହଙ୍କ ସହିତ। ପ୍ରଥମେ ଭାବର ଆଦାନପ୍ରଦାନ ଓ ପରେ ସଂପର୍କ ନିବିଡ ହୋଇଥିଲା। ଏକଥା ଜାଣିବା ପରେ ପୂଜାର ପରିବାର ଲୋକେ ବିବାହ କରିବା ପାଇଁ ନୃସିଂହକୁ ପ୍ରବର୍ତ୍ତାଇଥିଲେ । ହେଲେ ପୂଜାଙ୍କ ପରିବାରର ନିବେଦନକୁ ପ୍ରତ୍ୟାଖ୍ୟାାନ କରିବା ସହିତ ନୃସିଂହ ଧରାଛୁଆଁ ଦେଇନଥିଲେ। ଏନେଇ ପୂଜାର ପରିବାର ଲୋକେ ଗ୍ରାମରେ ବୈଠକ କରାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇନଥିଲେ। ଇତି ମଧ୍ୟରେ ନୃସିଂହ ପାଇଁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପାଇଁ ଝିଅ ଖୋଜା ଆରମ୍ଭ କରିଦେଇଥିଲେ। ଏହା ଜାଣିପାରି ପୂଜା ପରିବାର ପକ୍ଷରୁ ସ୍ଥାନୀୟ ସଦର ଥାନାରେ ୨୦୧୯  ମସିହା ସେପ୍ଟେମ୍ବର ମାସ ୨୮ତାରିଖରେ ଏକ ଅଭିଯୋଗ ଦାଏର କରିଥିଲେ। ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ନୃସିଂହକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ପୂଜା ନାବାଳିକା ଥିବା ହେତୁ ସ୍ପେସାଲ ପୋଷ୍କୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଏହି ଭିତରେ ପୂଜା ସାବାଳିକା ହୋଇ ସାରିଥିବା ବେଳେ ନୃସିଂହ ମଧ୍ୟ ଅନୁତାପ କରି ପୂଜାକୁ ବିବାହ କରିବା ପାଇଁ ପରିବାର ଲୋକ ତଥା ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଜେଲ ଅଧିକାରୀ ଏନେଇ କୋର୍ଟକୁ ଜଣାଇବାରେ କୋର୍ଟରଙ୍କ ନିର୍ଦ୍ଦେଶମତେ ବୁଧବାର ଦିନ ଚୌଦ୍ୱାର ଜେଲ ପରିସରରେ ବିବାହର ଆୟୋଜନ କରାଯାଇଥିଲା । ଚୌଦ୍ୱାର ଜେଲ ତରଫରୁ ବିବାହ ପାଇଁ ଆବଶ୍ୟକତା ଥିବା ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଜେଲର ଅବିନାଶ ବେହେରା କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶମତେ ଏହି କାର୍ଯ୍ୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନର କର୍ମକର୍ତ୍ତା  ବାବାହ ଉତ୍ସବ ଆୟୋଜନରେ ସହେଯାଗ କରିଥିଲେ। ବିବାହ ପରେ ପୂଜା ଶାଶୁ ଶଶୁରଙ୍କ ସହିତ ଶାଶୁ ଘରକୁ ଯାଇଥିଲେ। ନୃସିଂହଙ୍କୁ କେବେ ଜାମିନ୍  ମିଳିବ ଓ କେବେ ସେ ଘରକୁ ଫରିବେ ସେ ସମ୍ପର୍କରେ ଭାବିଭାବି ତାଙ୍କର ଫେରିବା ବାଟକୁ ଅପେକ୍ଷା କରି ଦିନ କାଟିବେ ବୋଲି ପୂଜା କହିଛନ୍ତି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories