ଭୁବନେଶ୍ୱର- ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟିର ଆବେଦନ ର ଶେଷ ତାରିଖ ନଭେମ୍ବର ୨୫ ଥିବା ବେଳେ ଏହାର ଆବେଦନର ତାରିଖ ଦୁଇ ଦିନ ଘୁଞ୍ଚା ଯାଇ ୨୭ କୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ ପିଲାମାନଙ୍କର ଅନୁରୋଧ ଅନୁସାରେ ବୋର୍ଡ଼ ପକ୍ଷରୁ ଅବଧି ତାରିଖ କୁ ବୃଦ୍ଧି କରାଯାଇଛି। ଏହାପରେ ଆଉ ସମୟସୀମା ବୃଦ୍ଧି କରାଯିବ ନାହିଁ ।
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ। ସେହି ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିନିମନ୍ତେ ଫର୍ମ ପୂରଣ ନଭେମ୍ବର ୧୨ ରୁ ନଭେମ୍ବର ୨୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଅନ୍ଲାଇନ ଜରିଆରେ ୨୪ ଘଣ୍ଟିଆ ଖୋଲାଯାଇଛି। ଫର୍ମପୂରଣ ଅବଧି ପୁନର୍ବାର ବର୍ଦ୍ଧିତ କରାଯିବ ନାହିଁ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ପ୍ରବେଶପତ୍ର (ଆଡମିଟ୍ କାର୍ଡ) ଡିସେମ୍ବର ୧୦ ତାରିଖରୁ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଯେଉଁ ପରୀକ୍ଷାର୍ଥୀଙ୍କ ତଥ୍ୟ ମିଥ୍ୟା ବା ଭୁଲ ଜଣାପଡ଼ିଲେ ତାଙ୍କ ଅାବେଦନ ଅଗ୍ରାହ୍ୟ କରାଯିବା ସହ ତାଙ୍କ ବିରୋଧରେ ଅାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



