www.samajalive.in
Friday, December 5, 2025
20.1 C
Bhubaneswar

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା : ଆଜି ରିମାଣ୍ଡରେ ଆସିବେ ରାମ୍‌ଜୀ, ସନାତନ

କଟକ : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଗୁରୁବାର ରିମାଣ୍ଡରେ ଆସିବେ। ଚୌଦ୍ବାର ଜେଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ। ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ, କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ। ପ୍ରାୟ ୬ ଜଣଙ୍କୁ ଏହି ଜେରା ସମୟରେ ପଚରାଉଚରା କରାଯିବ। ଏଥିପାଇଁ ପୂର୍ବରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ନୋଟିସ ଜାରି କରିଥିବା ଜଣାପଡ଼ିଛି। ଏବେ ବି ଓଟିଇଟି ତଦନ୍ତ ପ୍ରକ୍ରିୟା ଜାରି ରହିଛି। କ୍ରାଇମବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ସାଢେ ତିନି ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା; କିନ୍ତୁ ଆଉ କାହା ପାଖକୁ ପ୍ରଶ୍ନପତ୍ର ଯାଉଛି ଏବଂ ମୋଟ କେତେ ଟଙ୍କା କାରବାର କରାଯାଇଛି ତାହା ଜାଣିପାରି ନାହିଁ। ତେଣୁ ଉଭୟଙ୍କୁ ଜେରା ପରେ ଅଧିକ ତଥ୍ୟ ମିଳିପାରିବ। ସୂଚନାଯୋଗ୍ୟ ଯେ, ଓଟିଇଟି ପ୍ରଶ୍ନପତ୍ର ପ୍ରଘଟରେ ମୋଟ ୮ ଜଣ ଗିରଫ ହୋଇସାରିଛନ୍ତି। ଏହି ଗିରଫଦାରୀ ବଢ଼ିବାର ଆଶଙ୍କା ରହିଛି। ତେଣୁ ସବୁ ଅଭିଯୁକ୍ତଙ୍କୁ ଜେରା କରିବାକୁ ଯୋଜନା କରିଥିବାବେଳେ ପ୍ରଥମେ ଅଭିଯୁକ୍ତ ଜିତନ ମହାରଣା ଏବଂ ବିଜୟ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିସାରିଛି। ରାମ୍‌ଜୀ ଏବଂ ସନାତନଙ୍କୁ ରିମାଣ୍ଡରେ ଆଣିବାକୁ କଟକ ଜେଏମଏଫସି-୩ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ରାମ୍‌ଜୀ ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ- କ୍ୟାଡର ଶିକ୍ଷକ ସଂଘର ସଭାପତି। ସେମାନଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ପୂର୍ବରୁ ସ୍ପଷ୍ଟ କରିସାରିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories