www.samajalive.in
Saturday, December 6, 2025
14.1 C
Bhubaneswar

ଇସ୍ତଫା ଦେଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ

ଗଡ଼ ମଧୁପୂର/ଧର୍ମଶାଳା, ୨୦ା୮(ନି.ପ୍ର): ଅନାସ୍ଥା ପ୍ରସ୍ତାବ ଭୋଟ ପୂର୍ବରୁ ଇସ୍ତଫା ଦେଇଛନ୍ତି ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ। ଆସନ୍ତା ୨୨ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ନୋଟିସ ହୋଇଥିଲା। ଦୁଇ ଦିନ ବାକି ଥିବା ବେଳେ ଶ୍ରୀ ବଳବନ୍ତରାୟ ପଦ ଛାଡ଼ିବା ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ଥର ବିଜେଡି ସମର୍ଥନରେ ସମିତି ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିବା ପ୍ରଭାତ ଅଗତ୍ୟା ହାରିବା ଭୟରେ ଅଧ୍ୟକ୍ଷ ପଦ ଛାଡ଼ିଥିବା କୁହାଯାଉଛି। ଭାଇ ପ୍ରଭାତଙ୍କୁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସୁରକ୍ଷା ଦେବାରେ ବିଫଳ ହେବା ପରେ ବିଚାର ବିମର୍ଶ କରି ସେ ଇସ୍ତଫା ଦେଇଥିବା ଏହି ସୂତ୍ରରୁ ପ୍ରକାଶ। ଏହାସହ ବିଜେଡି ହାତରେ ଆଉ ଏକ ପଞ୍ଚାୟତ ସମିତି ଖସିଯାଇଛି।
ସମିତିର ୩୮ ସଦସ୍ୟ ଅନାସ୍ଥା ଆଣିଥିବା ବେଳେ ଆବଶ୍ୟକ ସଂଖ୍ୟକ ସଦସ୍ୟ ବିଜେପି ଶିବିରରେ ଯୋଗ ଦେଇଥିବା ସୂଚନା ମିଳିଥିଲା। ଅନାସ୍ଥାରେ ହାରିବା ଏକ ପ୍ରକାର ନିଶ୍ଚିତ ଜାଣି ହାତ ଟେକି ଦେଇଛନ୍ତି ବିଜେଡି ନେତା। ସୂଚନା ଅନୁଯାୟୀ। ଗତ ୧୧ ତାରିଖରେ ଧର୍ମଶାଳା ପଞ୍ଚାୟତ ସମିତିର ୩୮ ସରପଞ୍ଚ ଓ ସମିତିସଭ୍ୟ ଉପଜିଲାପାଳଙ୍କ ନିକଟରେ ଅନାସ୍ଥା ଆଗତ କରିଥିଲେ। ପ୍ରକ୍ରିୟା ଆରମ୍ଭ ହେବା ପରେ ସମସ୍ତଙ୍କ ଦସ୍ତଖତ ଯାଞ୍ଚ ପ୍ରକ୍ରିୟା କରାଯାଇ ୨୨ ତାରିଖ ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ବିଧାୟକ ହିମାଂଶୁ ଶେଖର ସାହୁ ନିଜେ ପ୍ରଚ୍ଛଦ ପଟରେ ରହି ଅନାସ୍ଥାର ନେତୃତ୍ୱ ନେଇ ଧର୍ମଶାଳାରୁ ବିଜେଡି ସହିତ ବଂଶବାଦ ଶାସନର ଅନ୍ତ ଘଟାଇଥିବା ଚର୍ଚ୍ଚା ହେଉଛି। ଧର୍ମଶାଳାରେ ହିମାଂଶୁ ଶେଖର ସାହୁ ବିଧାୟକ ରହିଛନ୍ତି। ଅପରପକ୍ଷେ ପଞ୍ଚାୟତ ସମିତି କିନ୍ତୁ ବିଜେଡି ନେତା ପ୍ରଣବ ବଳବନ୍ତରାୟ (ଜିତୁ)ଙ୍କ ଭାଇ ପ୍ରଭାତ ବଳବନ୍ତରାୟଙ୍କ ଦଖଲରେ ରହିଥିଲା। ଯାହା ଦ୍ୱାରା ସାଧାରଣ ଲୋକଙ୍କ କାର୍ଯ୍ୟ ହେଉ କି ବିକାଶ ମୂଳକ କାର୍ଯ୍ୟ ହେଉ, ସବୁଥିରେ ବାଧା ସୃଷ୍ଟି ହେଉଥିଲା ବୋଲି ଅନାସ୍ଥା ଆଗତକାରୀ ସରପଞ୍ଚ ଓ ସମିତିସଭ୍ୟା ଦାବି କରିଥିଲେ। ପ୍ରତ୍ୟେକ ସରକାରୀ କର୍ମଚାରୀ ଦୋଛକିରେ ଛିଡ଼ା ହୋଇଥିବା କାରଣରୁ ବିକାଶ ଆଗେଇ ପାରୁନଥିଲା।

ଧର୍ମଶାଳା ବ୍ଲକରେ ୪୫ ପଞ୍ଚାୟତ ରହିଥିବା ବେଳେ ସେଥିରେ ୯୦ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରୁ ଜେନାପୁର ଓ ଚୋର ମୁହାଁ ପଞ୍ଚାୟତର ସରପଞ୍ଚ ମୃତ୍ୟୁ ହୋଇଥିବାରୁ ଏବେ ୮୮ ଜଣ ଅଛନ୍ତି। ଦୁଇ ତୃତୀୟାଂଶ ସଦସ୍ୟ ଅନାସ୍ଥା ସପକ୍ଷରେ ରହିଥିବାରୁ ପ୍ରଭାତଙ୍କ ହାରିବା ଏକ ପ୍ରକାର ଥୟ ଜଣା ପଡୁଥିଲା। ଇସ୍ତଫା ପରେ ପ୍ରଭାତ ବଳବନ୍ତରାୟ ନିଜ ସାମାଜିକ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଧର୍ମଶାଳାରେ ସରକାର ପରିବର୍ତ୍ତନ ପରେ ବିକାଶ ତ ଦୂରର କଥା ପିଆରଆଇ ମେମ୍ବରମାନେ ସୁରକ୍ଷିତ ନୁହଁନ୍ତି। ଏପରି ସ୍ଥଳେ ମୁଁ ସେମାନଙ୍କୁ ଅସୁବିଧାରେ ପକାଇବାକୁ ଚାହିଁବି ନାହିଁ। ଗୁଣ୍ଡାରାଜ ଓ ଲୁଟ୍‌ତରାଜ ଯେଭଳି ଭାବେ ଚାଲିଛି ସେଥିପାଇଁ ମୁଁ ଇସ୍ତଫା ଦେଇଛି। ଅଧ୍ୟକ୍ଷଙ୍କ ଇସ୍ତଫା ବିଜେଡି ପାଇଁ ଏକ ଶକ୍ତ ଧକ୍କା ଏବଂ ଏହା ହିମାଂଶୁଙ୍କ ଏକ ବଡ଼ ବିଜୟ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories