www.samajalive.in
Monday, December 15, 2025
16.1 C
Bhubaneswar

ଜୁନ୍ ୧୯ ଓ ୨୬ରେ ସମବାୟ ନିର୍ବାଚନ : ସାମିଲ ହେବେ ୩୦ଲକ୍ଷରୁ ଊର୍ଦ୍ଧ୍ବ ସଭ୍ୟ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ପୂର୍ବରୁ ସରକାର ସମବାୟ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ସୋମବାର ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଛି। ରାଜ୍ୟ ସମବାୟ ନିର୍ବାଚନ ଆୟୁକ୍ତଙ୍କ ସୁପାରିସ ଆଧାରରେ ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସମିତି ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ସମବାୟ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି।
ବିଜ୍ଞପ୍ତି ଅନୁଯାୟୀ, ପ୍ରାଥମିକ ସମବାୟ ସମିତି ଗୁଡ଼ିକର ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଜୁନ୍‌ ୧୯ ଓ ୨୬ ତାରିଖରେ ଭୋଟ ଲାଗି ରାଜ୍ୟ ସମବାୟ ନିର୍ବାଚନ ଆୟୁକ୍ତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଏହାକୁ ଆଧାର କରି ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ପ୍ରାଥମିକ ସମବାୟ ସମିତି ଗୁଡ଼ିକର କାର୍ଯ୍ୟକାଳ ୨୦୨୦ରୁ ଶେଷ ହୋଇସାରଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମବାୟ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟର ୨୭୧୦ଟି ପାକ୍ସ ଓ ଲ୍ୟାମ୍ପ୍‌ସ ଥିବାବେଳେ ଅନ୍ୟାନ୍ୟ ସମିତିକୁ ମିଶାଇ ପ୍ରାୟ ୭ହଜାରରୁ ଊର୍ଦ୍ଧ୍ବ ସମବାୟ ସମିତି ରହିଛି। ପ୍ରତ୍ୟେକ ସମିତିରେ ପ୍ରାୟ ୨୧ ଜଣ ଲେଖାଏଁ ପରିଚାଳନା ସଦସ୍ୟ ରହିଥିବାବେଳେ ସେଥିମଧ୍ୟରୁ ୧୫ଜଣ ପରିଚାଳନା ସଦସ୍ୟ(ଡାଇରେକ୍ଟର) ସିଧାସଳଖ ନିର୍ବାଚିତ ହେବାକୁ ରହିଥିବାବେଳେ ଅବଶିଷ୍ଟ ସଭ୍ୟ ସରକାରୀ ଭାବେ ମନୋନୀତ ହୋଇଥାନ୍ତି। ଜୁନ୍‌ ୨୬ ସୁଦ୍ଧା ପାକ୍ସ ଓ ଲ୍ୟାମ୍ପ୍‌ସର ନିର୍ବାଚନ ପରେ ନିର୍ବାଚିତ ସଭାପତି ରାଜ୍ୟର ୩୦ଟି ଜିଲାରେ ଥିବା ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ସଦସ୍ୟ (ବୋର୍ଡ-ଡାଇରେକ୍ଟର) ପ୍ରକ୍ରିୟାରେ ସାମିଲ ହେବେ। ରାଜ୍ୟରେ କଟକ ଓ ବ୍ରହ୍ମପୁରରେ ୨ଟି ଲେଖାଏଁ କେନ୍ଦ୍ର ସମବାୟ ବ୍ୟାଙ୍କ ରହିଥିବାବେଳେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼ ଓ ସମ୍ବଲପୁର ପ୍ରଭୃତି କେନ୍ଦ୍ର ସମବାୟ ବ୍ୟାଙ୍କ ରହିଛି। ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ଲକ୍ଷ ସଦସ୍ୟ ଅଛନ୍ତି ଓ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହାପରେ ଜିଲାସ୍ତରରେ ଓ ପରେ ‘ଆପେକ୍ସ ବଡି’ ତଥା ରାଜ୍ୟସ୍ତରୀୟ ସମବାୟ ନିର୍ବାଚନ ପ୍ରକ୍ରିୟା ହେବ। ପ୍ରାଥମିକ ସମବାୟ ସମିତିରେ ଜୁନ୍ ୧୯ ଓ ୨୬ ତାରିଖରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଆଗାମୀ ୩୫ଦିନ ଭିତରେ ପ୍ରାଥମିକ ସଦସ୍ୟଙ୍କର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ ବୋଲି ଆୟୋଗଙ୍କ ପକ୍ଷରୁ ଜଣାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories