ଗୁରୁଡିଝାଟିଆ : ଓରନ୍ଦା ପଞ୍ଚାୟତ ବିଜୁ ଜନତାଦଳ ପକ୍ଷରୁ ଆଜି ସଫେଇ କାର୍ଯ୍ୟକମ କରାଯାଇଛି । ବାଳି ଉଚ୍ଚବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଓରନ୍ଦା ପ୍ରାଥମିକ ବିଦ୍ୟାଳୟ ଓ ସମ୍ଭେଶ୍ୱର ମନ୍ଦିର ପ୍ରାଙ୍ଗଣକୁ ପଞ୍ଚାୟତର ବିଜୁ ଛାତ୍ର ଜନତାଦଳ, ଯୁବ ଜନତାଦଳ ଓ କର୍ମୀମାନେ ଯୋଗଦେଇ ସଫେଇ କରିବା ସହିତ ଏହି ଧାରାକୁ ବଜାୟ ରଖିବା ପାଇଁ ଶପଥ ନେଇଥିଲେ। ଜିଲ୍ଲା ପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳାଇ, ପଞ୍ଚାୟତ ବିଜେଡି ସଭାପତି ଜ୍ଞାନରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ରାଉତ, ବ୍ରହ୍ମାନନ୍ଦ ଦାସ ଙ୍କ ସହିତ ପଞ୍ଚାୟତର ବହୁ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
Popular Categories



