www.samajalive.in
Monday, December 15, 2025
26.1 C
Bhubaneswar

୧୪୪ ଧାରା ପାଇଁ କାର୍ତ୍ତିକ ପ୍ରଥମ ସୋମବାର ଧବଳେଶ୍ୱର ପୀଠ ଖାଁ ଖାଁ

ଗୁରୁଡିଝାଟିଆ : ୧୪୪ ଧାରା ଜାରି ହୋଇଥିବାରୁ ଧବଳେଶ୍ୱର ପୀଠ କାର୍ତ୍ତିକର ପ୍ରଥମ ସୋମବାର ଖାଁ ଖାଁ ହୋଇଛି । ବହୁ ଶ୍ରଦ୍ଧାଳୁ ପ୍ରଭୂ ଦର୍ଶନ ପାଇଁ ଆସିଥିଲେ ମଧ୍ୟ ପୀଠର ପ୍ରବେଶ ଦ୍ୱାର ସମ୍ମୁଖସ୍ଥ ଫାଟକ ପାଖରେ ପୁଲିସ ମୁତୟନ ହୋଇଥିବାରୁ ଫେରିଯିବା ପାଇଁ ବାଧ୍ୟ ହୋଇଥିଲେ । ଯାଜପୁର କେନ୍ଦ୍ରାପଡା ଓ ବାଙ୍କି ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଆସିଥିଲେ।୧୪୪ଧାରା ଜାରି କରିଥିବାରୁ ନିରାଶରେ ଫେରିଥିଲେ ଶ୍ରଦ୍ଧାଳୁମାନେ। ଖୁଣ୍ଟୁଣୀ ଥାନା ଅଧିକାରୀ ବାମଦେବ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ଏକ ପ୍ଲାଟୁନ ଫୋର୍ସ ଝୁଲାପୋଲ, ସାଇକେଲ ରହଣି ସ୍ଥଳ ଓ ଅନ୍ୟାନ୍ୟସ୍ଥାନରେ ମୁତୟନ ହୋଇଥିଲେ। ପୁଲିସର କଡା ସୁରକ୍ଷା ଯୋଗୁଁ କୌଣସି ଶ୍ରଦ୍ଦାଳୁ ସାଇକେଲଷ୍ଟାଣ୍ଡ ନିକଟରୁ ଫେରିବାକୁ ବାଧ୍ୟ ହୋଇଥିଲେ । ଆଠଗଡ ଦେବୋତ୍ତର ଅଧିକାରୀ ଓ ଧବଳେଶ୍ୱର ପୂଜକସମିତିର କର୍ମକର୍ତ୍ତାମାନେ ପୀଠରେ ଉପସ୍ଥିତ ରହି ପ୍ରଭୂଙ୍କ ନୀତିକାର୍ଯ୍ୟ ସଂପାଦନ କରିଥିଲେ। ମଙ୍ଗଳବାର ଧବଳେଶ୍ୱର ପୀଠରେ ଆଠଗଡ ଉପଖଣ୍ଡ ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଭୂ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ସଂପର୍କରେ ନିଷ୍ପତି ଗ୍ରହଣ କରାଯିବ। ଚଳିତବର୍ଷ ପ୍ରଭୁ ଧବଳେଶ୍ୱରଙ୍କ ବଡଓଷା ଓ ପଞ୍ଚୁକଯାତ୍ରାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ସୁବିଧା ରହିବ କି ନାହିଁ ତାହା ଆସନ୍ତାକାଲି ପ୍ରସ୍ତୁତି ବୈଠକରେ ଆଲୋଚନା ପରେ ଜଣାଯିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories