www.samajalive.in
Monday, December 15, 2025
17.1 C
Bhubaneswar

ବିନା ମୂଲ୍ୟରେ ଟ୍ରେନିଂ ସହ ବିଦେଶରେ ଚାକିରୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓରମାସ୍ ସହଯୋଗରେ ଆଇଡ଼ିଆଲ୍ ଏଜୁକେସନ୍ ପ୍ରା. ଲିମିଟେଡ଼୍ରେ ଡ଼ିଡ଼ିୟୁଜିକେୱାଇ ସିଲେଇ ଟ୍ରେନିଂ ନେଇଥିବା ୭ ଯୁବତୀ ବିଦେଶରୁ ଚାକିରୀ କରି ସଫଳତାର ସହ ଓଡ଼ିଶା ଫେରିଛନ୍ତି। ଜୋରଡ଼ାନରୁ ଫେରିବା ପରେ ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନଙ୍କୁ ଫୁଲତୋଡ଼ା ଦିଆଯାଇ ପାଛୋଟି ନିଆଯାଇଥିଲା। ଟ୍ରେଡ୍ସମ୍ୟାନ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ। ଫେରିଥିବା ସମସ୍ତ ଯୁବତୀ ଗ୍ରାମାଞ୍ଚଳର। ଆଇଡ଼ିଆଲ୍ ଏଜୁକେସନରେ ୩ ମାସ ମାଗଣା ସିଲାଇ ଟ୍ରେନିଂ ନେଇଥିଲେ। ପରେ ସେମାନଙ୍କୁ ଅନ୍ ଜବ୍ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ଶେଷ ପରେ ମୁମ୍ବାଇର ଟ୍ରେଡ୍ସମ୍ରାନ୍ କମ୍ପାନୀ ସହଯୋଗରେ ସମସ୍ତ ଯୁବତୀଙ୍କୁ ଜୋରଡ଼ାନରେ ଥିବା ପ୍ରତିଷ୍ଠିତ କ୍ଲାସିକ୍ ସିଲାଇ କମ୍ପାନୀରେ ଚାକିରୀ ଦିଆଯାଇଥିଲା।

ସେଠାରେ ଯୁବତୀମାନେ ଖାଇବା ରହିବା ଛଡ଼ା ୩ ବର୍ଷରେ ୧୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ୩ ବର୍ଷ କାମ କରିବା ପରେ ଓଡ଼ିଶା ଫେରିଛନ୍ତି। ଯୁବତୀମାନେ ଚାହିଁଲେ ପୁଣି ଥରେ ବିଦେଶକୁ ଯାଇ କାମ କରି ପାରିବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଯୁବତୀମାନେ ଓଡ଼ିଶା ପହଞ୍ଚିବା ପର୍ଯ୍ୟନ୍ତ କମ୍ପାନୀର ଅଧିକାରୀମାନେ ସହଯୋଗ କରିଥିଲେ। ବିନା ମୂଲ୍ୟରେ ଟ୍ରେନିଂ ସହ ବିଦେଶରେ ଚାକିରୀ ମିଳିଥିବାରୁ ଯୁବତୀମାନେ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ଆଇଡ଼ିଆଲ୍ ଏଜୁକେସନକୁ ପ୍ରଶଂସା କରିଛନ୍ତି। ଅନ୍ୟ ଯୁବକ ଯୁବତୀମାନେ ଟ୍ରେନିଂ ନେଇ ବିଦେଶଙ୍କୁ ଯାଆନ୍ତୁ ବୋଲି ଫେରିଥିବା ଯୁବତୀମାନେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories