www.samajalive.in
Monday, December 15, 2025
16.1 C
Bhubaneswar

ଅସଲି ୧୬, ନକଲି ୩୦

ବ୍ରହ୍ମପୁ: ଗଞ୍ଜାମରେ ଛତୁ ଫୁଟିଲା ଭଳି ଖୋଲିଛି ପାଣି ବୋତଲ କାରଖାନା। ସେଥିରୁ ଅଧିକାଂଶ କାରଖାନାର ଲାଇସେନ୍ସ ନାହିଁ। ନୂଆ ନୂଆ ବ୍ରାଣ୍ଡ ନାଁ ଦେଇ ସେଥିରେ ମନଇଚ୍ଛା ଆଇଏସଆଇ ନମ୍ବର ପକାଇ ଗ୍ରାହକଙ୍କୁ ଭ୍ରମିତ କରାଯାଉଛି। ଏପଟେ ଟଙ୍କା ଦେଇ ଲୋକେ ଅସ୍ବାସ୍ଥ୍ୟକର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।

ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗତକାଲି ବ୍ରହ୍ମପୁର ସହର ଏବଂ ଉପକଣ୍ଠରେ ୫ ଟି ନକଲି ପାଣି କାରଖାନା ଉପରେ ଚଢଉ କରାଯିବା ପରେ ଗଞ୍ଜାମରେ ମାଳ ମାଳ ନକଲି ପାଣି କାରଖାନା ରହିଛି। ଗଞ୍ଜାମର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୪୦ ରୁ ଉର୍ଦ୍ଧ୍ବ ବ୍ରାଣ୍ଡର ପାଣି ବୋତଲ ବିକ୍ରି ହେଉଛି। ୫ ଟଙ୍କା, ୧୦ ଟଙ୍କା, ୧୫ ଟଙ୍କା ଓ ୨୦ ଟଙ୍କାରେ ଏହି ସବୁ ବ୍ରାଣ୍ଡର ପାଣି ବୋତଲ ବିକ୍ରି କରାଯାଉଛି। ଅନେକ ସୟମରେ ନୂଆ ନୂଆ ବ୍ରାଣ୍ଡର ପାଣି ବୋତଲ ବଜାରକୁ ପ୍ରବେଶ କରୁଛି। ଆଉ ସବୁଥିରେ ଆଇଏସଆଇ ମାର୍କ ରହୁଛି, ବିଏଆଇସ(ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାଡର୍ସ) ସାର୍ଟଫାଏଡ୍ ବୋଲି ବୋଲି ଉଲ୍ଲେଖ ରହୁଛି। ଫଳରେ ସାଧାରଣ ଗ୍ରାହକ ସବୁ ପାଣି କମ୍ପାନୀ ତଥା ବ୍ରାଣ୍ଡକୁ ଅସଲି ବୋଲି ଭାବୁଛନ୍ତି।

- Advertisement -

ଗଞ୍ଜାମ ଜିଲାରେ ମାତ୍ର ୧୬ଟି ହିଁ ଅସଲି ପାଣି ବୋତଲ କାରଖାନା ରହିଛି। ଆଉ ପାଖାପାଖି ୩୦ଟି ବ୍ରାଣ୍ଡ ପାଖରେ କୌଣସି ପ୍ରକାର ଲାଇସେନ୍ସ କିମ୍ବା ସାର୍ଟିଫିକେଟ ନାହିଁ। ଅର୍ଥାତ ସେଗୁଡ଼ିକ ସମ୍ପୂର୍ଣ୍ଣ ନକଲି। ଆଉ ଏହି ସବୁ ନକଲି କାରଖାନା ବ୍ରହ୍ମପୁର ସହର ସମେତ ଜାତୀୟ ରାଜପଥ ନିକଟ, ପାତ୍ରପୁର, ଭଞ୍ଜନଗର, ବୁଗୁଡା, ଛତ୍ରପୁର ଭଳି ବ୍ଳକରେ ରହିଛି। କିଛି ଅସାଧୁ ବ୍ୟବସାୟୀ ସହରଠୁ ଦୂରରେ କାରଖାନା ଖୋଲି ନକଲି ପାଣି ବୋତଲ ତିଆରି କରୁଥିବା ବେଳେ କିଛି ଜଣ ଘର ଭିତରେ ମଧ୍ୟ କାରଖାନା ଖୋଲି ଦେଇଛନ୍ତି। ପାଣିକୁ ବିଶୋଧନ ନକରି କୂଅ ପାଣି, ପାଇପ ପାଣି ଭର୍ତ୍ତି କରି ସେଥିରେ ନିଜ ବ୍ରାଣ୍ଡର ଷ୍ଟିକର ମାରି ବଜାରକୁ ଛାଡୁଛନ୍ତି। ସେମାନେ ଦୋକାନୀଙ୍କୁ ଅଧିକ ମାର୍ଜିନ ଦେଉଥିବାରୁ ଦୋକାନୀମାନେ ଲାଭ ଆଶାରେ ନକଲି ଅସଲି ନପରଖି ତାକୁ ବିକ୍ରି କରୁଛନ୍ତି। ଅସଲି ପାଣି କାରଖାନା ଖୋଲିଥିବା ମାଲିକମାନେ ପ୍ୟାକେଜିଂ ମେସିନ, ଲାଇସେନ୍ସ ପାଇବାକୁ, ନିୟମିତ ବ୍ୟବଧାନରେ ପଞ୍ଜୀକରଣ ଓ ପାଣି ନମୁନା ପରୀକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟବୟ କରୁଥିବା ବେଳେ ନକଲି ପାଣି କାରଖାନା ଖୋଲିଥିବା ମାଲିକମାନେ କିନ୍ତୁ ମନଇଚ୍ଛା ପାଣି ଭର୍ତ୍ତି କରି ଲାଭବାନ ହେଉଛନ୍ତି। ନକଲି ବ୍ରାଣ୍ଡ ପାଇଁ ଅସାଧୁ ବ୍ୟବସାୟୀମାନେ ବାହାର ରାଜ୍ୟରୁ ଷ୍ଟିକର ମଗାଉଥିବା ଶୁଣିବାକୁ ମିଳୁଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଚଢଉ କରାଯିବାର ଆବଶ୍ୟକତା ରହିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories