ନୂଆଦିଲ୍ଲୀ: ଉତ୍ତର ଭାରତର ୯ଟି ବିମାନବନ୍ଦରରେ ଅସ୍ଥାୟୀ ଭାବେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ପୁନର୍ବାର ବିମାନ ଚଳାଚଳ ସ୍ବାଭାବିକ କରିବା ପାଇଁ ବିମାନ ବନ୍ଦରଗୁଡିକୁ କୁହାଯାଇଛି। ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୁଧବାର ମଧ୍ୟାହ୍ନ ପରେ ଉତ୍ତର ଭାରତର ୯ଟି ବିମାନବନ୍ଦର ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ଶ୍ରୀନଗର, ଜମ୍ମୁ, ଲେହ, ପଠାନକୋଟ, ଅମୃତସର, ଶିମଲା, କାଙ୍ଗ୍ରା, କୁଲ୍ଲୁ ମନାଲି ଏବଂ ପିଥୋରାଗଡ଼ ବିମାନବନ୍ଦରରେ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା। ଶ୍ରୀନଗର, ଜମ୍ମୁ, ଲେହ୍, ଅମୃତସର, ପଠାନକୋଟ୍, ଗଗ୍ଗଲ୍, ଡେରାଡୁନ୍ ଏବଂ ଚଣ୍ଡିଗଡ଼ ସମେତ କେତେକ ବିମାନ ବନ୍ଦରରେ ଭାରତ ଉଡାଣ ବାତିଲ୍ କରିଛି । ଏହା ସହ ଏହି ବିମାନ ବନ୍ଦରରୁ ବ୍ୟବସାୟିକ ବିମାନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି। ସେହିପରି ପାକିସ୍ତାନ ଲାହୋର, ମୁଲତାନ, ଫୈସାଲାବାଦ, ସିୟାଲକୋଟ ଏବଂ ଇସଲାମାବାଦ ବିମାନ ବନ୍ଦରରେ ଉଡିବାକୁ ଥିବା ସମସ୍ତ ବିମାନକୁ ବନ୍ଦ କରିଥିଲା।
Popular Categories



