ଗର୍ଭବତୀ ମହିଳା ନିଜ ପ୍ରକୋଷ୍ଠରେ ରଖନ୍ତୁ ଏସବୁ ଜିନିଷ : ଜନ୍ମ ନେବ ଗୁଣବାନ୍ ଶିଶୁ

0

କୁହାଯାଏ ମାତୃତ୍ବ ହେଉଛି ନାରୀ ଜୀବନର ସାର୍ଥକତା। ମାଆ ହେବା ଏକ ଭିନ୍ନ ଏବଂ ସୁନ୍ଦର ଅନୁଭୂତି। ତେ‌ବେ ସବୁ ଗର୍ଭବତୀ ମହିଳାମାନେ ଚାହାନ୍ତି ତାଙ୍କର ଏକ ସୁନ୍ଦର ଓ ଗୁଣବାନ୍ ଶିଶୁ ହେଉ। ଏଥିପାଇଁ ସେ ଅନେକ ପନ୍ଥା ମଧ୍ୟ ଆପଣାଇ ଥାଆନ୍ତି। ହେଲେ ବାସ୍ତୁଶାସ୍ତ୍ରରେ ଏପରି କିଛି ଉପାୟ କୁହାଯାଇଛି ଯାହାକୁ ଅବଲମ୍ବନ କରିବା ଦ୍ବାରା ଆପଣଙ୍କ ଶିଶୁ ରୂପ ଓ ଗୁଣବାନ୍ ହେବ। ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ବିଶେଷ ଜିନିଷ ଅଛି ଯାହାକୁ ଗର୍ଭବତୀ ମହିଳାଙ୍କ ପ୍ରକୋଷ୍ଠରେ ରଖିବା ଦ୍ବାରା ଉଭୟ ମାଆ ଓ ଶିଶୁ ଦୁହିଁଙ୍କର ସ୍ବାସ୍ଥ୍ୟ ଠିକ୍ ରହିଥାଏ। ଏଥିସହିତ ଶିଶୁ ଗୁଣବାନ୍ ହୋଇଥାଏ।

-ମୟୂର ପୁଚ୍ଛ ଭଗବାନ କୃଷ୍ଣଙ୍କର ବହୁତ ପ୍ରିୟ। ଗର୍ଭବତୀ ମହିଳାଙ୍କର ରହିବା ଘରେ ମୟୂର ପୁଚ୍ଛ ରଖିଲେ ମାଆ ଓ ଶିଶୁ ଦୁହିଁଙ୍କ ପାଇଁ ବହୁତ ଲାଭପ୍ରଦ ହୋଇଥାଏ।
-ହଳଦୀ ମିଶ୍ରିତ ଚାଉଳକୁ ଖୁବ୍ ଶୁଭ ବୋଲି ଧରାଯାଏ। ଗର୍ଭବତୀ ମହିଳାଙ୍କ ପ୍ରକୋଷ୍ଠରେ ହଳଦିଆ ଚାଉଳ ରଖିବା ଦ୍ବାରା କୌଣସି ପ୍ରକାରର ନକରାତ୍ମକ ଶକ୍ତି ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରେନାହିଁ।
-ଗର୍ଭବତୀ ମହିଳାଙ୍କ ପ୍ରକୋଷ୍ଠରେ ଭଗବାନ କୃଷ୍ଣ ଏବଂ ଦେବୀ ଯଶୋଦାଙ୍କ ଫଟୋ ଲଗାଇବା ଉଚିତ। ଫଟୋକୁ ଏମିତି ଭାବରେ ଲଗାନ୍ତୁ ଯେପରି ମହିଳା ସକାଳୁ ଉଠି ପ୍ରଥମେ ସେହି ଫଟୋକୁ ଦର୍ଶନ କରିପାରିବେ।
-ଗୋଲାପୀ ରଙ୍ଗକୁ ଖୁସି ଏବଂ ଆନନ୍ଦର ପ୍ରତୀକ କୁହାଯାଏ। ଗର୍ଭବତୀ ମହିଳାଙ୍କ ପ୍ରକୋଷ୍ଠରେ ଏହି ରଙ୍ଗର କିଛି ବଡ଼ ଫଟୋ ଲଗାନ୍ତୁ କିମ୍ବା କୌଣସି ଶୋ’ ପିସ୍ ରଖିବା ବହୁତ ଲାଭପ୍ରଦ ହୋଇଥାଏ।
-ତମ୍ବା ଖରାପ ନଜର ଏବଂ ନକରାତ୍ମକ ଶକ୍ତିକୁ ଦୂର କରି ସକରାତ୍ମକ ଶକ୍ତିର ପ୍ରଭାବ ବଢ଼ାଇଥାଏ। ତମ୍ବାର ବସ୍ତୁକୁ ଗର୍ଭବତୀ ମହିଳାଙ୍କର ରହିବା ଘରେ ରଖିବା ଦ୍ବାରା ସେଠାରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
-ଧଳା ରଙ୍ଗ ଶାନ୍ତି ଓ ଉତ୍ତମ ସ୍ବାସ୍ଥ୍ୟର ପ୍ରତୀକ ବୋଲି କୁହାଯାଏ। ଧଳା ରଙ୍ଗର କୌଣସି ଫଟୋ କିମ୍ବା ମୂର୍ତ୍ତିକୁ ଗର୍ଭବତୀ ମହିଳାଙ୍କ ପ୍ରକୋଷ୍ଠରେ ନିଶ୍ଚିତ ରଖନ୍ତୁ।

Leave A Reply