www.samajalive.in
Monday, December 15, 2025
16.1 C
Bhubaneswar

ଗୋଟିଏ ଦିନରେ ଓପିଏସ୍‌ସି ଓ ଗେଟ୍‌ ପରୀକ୍ଷା, ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଗୋଟିଏ ଦିନରେ ଓପିଏସସି ଓ ଗେଟ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଫେବୃଆରୀ ୭ରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ଦ୍ବାରା ପରିଚାଳିତ ସହକାରୀ ନିର୍ବାହୀ ଯନ୍ତ୍ରୀ (ଇଲେକ୍ଟ୍ରିକାଲ) ପଦରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ଆଇଆଇଟି ବମ୍ବେ ପକ୍ଷରୁ ଗେଟ୍‌ ପରୀକ୍ଷା ରହିଛି। ଉଭୟ ପରୀକ୍ଷା ଗୋଟିଏ ଦିନରେ ଅନୁଷ୍ଠିତ ହେଉଥିବାରୁ ନିଯୁକ୍ତି ନିମନ୍ତେ ଆବେଦନ କରିଥିବା ଏବଂ ଗେଟ୍‌ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

ଲିଖିତ ପରୀକ୍ଷା ସଂକ୍ରାନ୍ତରେ ଓପିଏସ୍‌ସି ଗତ ୧୯ ତାରିଖରେ ବିଜ୍ଞପ୍ତି ମାଧ୍ୟମରେ ସିଟିଂ କାର୍ୟ୍ୟସୂଚୀ ପ୍ରକାଶ କରିଛି। ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ସରିବ। ଦ୍ବିତୀୟ ସିଟିଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ସେହିପରି ଗେଟ୍‌ ପରୀକ୍ଷା ପୂର୍ବାହ୍ନ ସାଢେ ୯ଟାରୁ ୧୨.୩୦ ମିନିଟ ଯାଏଁ ଚାଲିବ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories