MEllora 950×100

ଜଳନ୍ତା ଟାୟାର ଫିଙ୍ଗି ହାତୀକୁ ମାରିଦେଲେ

ଚେନ୍ନଇ: ତାମିଲନାଡୁ ନୀଳଗିରି ଜିଲାର ମାସିନାଗୁଡିରେ ଲୋକଙ୍କ ଆକ୍ରମଣରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ୫୦ବର୍ଷ ବୟସର ହାତୀଟି ଜନବସତି ମଧ୍ୟକୁ ପଳାଇ ଆସିଥିବାବେଳେ ଘଉଡାଇବା ପାଇଁ ଲୋକେ ତା’ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଥିଲେ। ନିଆଁରେ ପୋଡି ହୋଇ ହାତୀଟି ଗୁରୁତର ଆହତ ହେବାସହ ପ୍ରାଣ ହରାଇଛି।

ହାତୀଟିର କାନ ପୋଡି ଯିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହି ଘଟଣାରେ ଜଙ୍ଗଲ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ହାତୀଟି ଏକ ଘରୋଇ ରିସର୍ଟ ମଧ୍ୟରେ ପସିଯାଇଥିଲା। ଫଳରେ ରିସର୍ଟର କର୍ମଚାରୀମାନେ ଏହା ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ନିଆଁରେ ପୋଡି ହୋଇ ଆହତ ହେବା ପରେ ହାତୀଟି ଏକ ଡ୍ୟାମ୍ ନିକଟରେ ପଡିଥିବାର ଜଙ୍ଗଲ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ତାକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ହୋଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Comments are closed.