କମ୍‍ ଦାମରେ କିଣିପାରିବେ ଓପୋ ଏଫ୍‍-୯ ପ୍ରୋ, ୫ମିନିଟ ଚାର୍ଜରେ ୨ଘଣ୍ଟା ଚାର୍ଜ ବ୍ୟାକ୍‍ଅପ୍‍

0

ନୂଆଦିଲ୍ଲୀ : ଏବେ ଭାରତୀୟ ବଜାରକୁ ଆସିଛି ‘ଓପୋ ଏଫ୍‍-୯ ପ୍ରୋ’। ଏବେ କମ୍‍ ମୂଲ୍ୟରେ ଏହି ଫୋନ୍‍ କିଣିପାରିବେ। ଏମିତିରେ ଏହି ଫୋନ୍‍ର ମୂଲ୍ୟ ୨୩,୯୯୦ଟଙ୍କା କିନ୍ତୁ ଆପଣ ଏହାକୁ ୨୧,୫୯୧ଟଙ୍କାରେ କିଣିପାରିବେ। ପେଟିଏମ୍‍ ମଲରେ ଏହି ଫୋନ୍‍ ସହିତ ୨,୯୯୯ଟଙ୍କାର କ୍ୟାସବ୍ୟାକ୍‍ ପାଇପାରିବେ ଯାହା ଫୋନ୍‍ କିଣିବାର ୨୪ଘଣ୍ଟା ମଧ୍ୟରେ ଆପଣଙ୍କ ପେଟିଏମ୍‍ ମଲ୍‍କୁ ଆସିଯିବ। ଯାହାଦ୍ୱାରା ଆପଣଙ୍କୁ ଏହି ଫୋନ୍‍ ୨୧,୫୯୧ଟଙ୍କାରେ କିଣିପାରିବେ। ଏହାବ୍ୟତୀତ ଫୋନ୍‍ ସହିତ ନୋ କଷ୍ଟ ଏମ୍‍ଆଇ ମଧ୍ୟ ପାଇପାରିବେ। ଏଥିରେ ଭିଓସିସି ଫାଷ୍ଟ ଚାର୍ଜିଙ୍ଗର ସପୋର୍ଟ ମିଳିବ ଯାହା ସାହାଯ୍ୟରେ ୫ମିନିଟ୍‍ ଚାର୍ଜ କରିବା ଦ୍ୱାରା ୨ଘଣ୍ଟାର ବ୍ୟାଟେରୀ ବ୍ୟାକ୍‍ଅପ୍‍ ପାଇପାରିବେ।
ଓପୋ ଏଫ୍‍-୯ ପ୍ରୋ ର ବିଶେଷତ୍ୱ
ଫୋନ୍‍ରେ ୬.୩ଇଞ୍ଚ୍‍ର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ୍‍ ୧୦୮୦/୨୩୪୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୯.୫:୯ ରହିଛି। ଏହାବ୍ୟତୀତ ଫୋନ୍‍ରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ୍‍ ଓରିୟୋ ୮.୧, ମିଡିଆଟେକର ଅକ୍ଟକୋର ହିଲିୟୋ ପି-୬୦ ପ୍ରୋସେସର, ୬ଜିବି ରାମ୍‍ ଏବଂ ୬୪ଜିବିର ଷ୍ଟୋରେଜ୍‍ ମିଳିବ। ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହାର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୬ମେଗାପିକ୍ସେଲ ଏବଂ ଅନ୍ୟଟି ୨ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୨୫ମେଗାପିକ୍ସେଲ। ଫୋନ୍‍ରେ ୩୫୦୦ଏମ୍‍ଏଚ୍‍ର ବ୍ୟାଟରୀ ରହିଛି ଏବଂ ସଂଯୋଗ ପାଇଁ ଡୁଆଲ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁ-ଟୁଥ ଭି୪.୨, ଜିପଏସ୍‍, ମାଇକ୍ରୋ ୟୁଏସବି ଏବଂ ୩.୫ ଏମ୍‍ଏଚ୍‍ର ହେଡଫୋନ୍‍ ଜ୍ୟାକ ମିଳିବ।

Leave A Reply