www.samajalive.in
Saturday, December 13, 2025
14.1 C
Bhubaneswar

କରୋନାରେ ବିପନ୍ନ ଶିକ୍ଷାବ୍ୟବସ୍ଥା : ଅନଲାଇନ ଶିକ୍ଷାରୁ ବଞ୍ଚିତ ୭୦ ପ୍ରତିଶତ ଛାତ୍ରଛାତ୍ରୀ

ବଲାଙ୍ଗୀର :ବଲାଙ୍ଗୀରରେ ଶିକ୍ଷା ବ୍ୟବସ୍ଥାର ସାଂଘାତିକ ସ୍ଥିତି। କରୋନା କଟକଣା ଯୋଗୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଅନଲାଇନ ଶିକ୍ଷାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ ଏହାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆର୍ଥିକ ଦୁଃସ୍ଥିତିରେ ରହିଥିବା ଅଭିଭାବକ ମାନେ ନିଜ ଛୁଆ ମାନଙ୍କୁ ଆନରଏଡ ଫୋନ କିଣି ଦେଇପାରିବେ ତ। ପାଖରେ ଟଙ୍କା ନାହିଁ ବୋଲି ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ପାଠ କେତେ ଯୁକ୍ତିଯୁକ୍ତ। ଏହି ସମସ୍ୟା କୁ ଶିକ୍ଷା ବିଭାଗ ସ୍ୱୀକାର କରିଥିବା ବେଳେ ଜିଲାର ମାତ୍ର ୩୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଥିବା ଜଣାପଡିଛି।

ବଲାଙ୍ଗୀର ଜିଲାରେ ଅନଲାଇନ ଶିକ୍ଷା ସଂପୂର୍ଣ୍ଣ ଭାବେ ଫେଲ ମାରିଛି। ଇଣ୍ଟରନେଟ, ମୋବାଇଲ ସୁବିଧା ନଥିବାରୁ ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢିପାରୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। କରୋନା କଟକଣା ଯୋଗୁ ସ୍କୁଲ ମାନଙ୍କରେ ତାଲା ଝୁଲୁଛି। ଏମିତିରେ ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଅଭିଭାବକ ମାନେ ଚିନ୍ତାରେ ରହିଛନ୍ତି। ଏହି କଟକଣା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅନଲାଇନରେ ପାଠ ପଢାଇବେ ବୋଲି ସରକାର ଘୋଷଣ କଲେ। ତେବେ କେତେ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ତାହା ଜାଣିବାକୁ ନାରାଜ ବିଭାଗ। ବିଭାଗୀୟ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲାରେ ୨୨୧୩ ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରହିଛି। ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି। ସେହିପରି ୩୫୨ଟି ଉଚ୍ଚ ବିଦ୍ୟାଳୟ ରହିଛି। ଯେଉଁଠାରେ ନବମ ଓ ଦଶମ ଶ୍ରେଣୀରେ ପାଖାପାଖି ୫୭ ହଜାର ଛାତ୍ରଛାତ୍ରୀ ପାଠ ପଢିଥାନ୍ତି।

- Advertisement -

ଏହିଭଳି ଭାବେ ସମୁଦାୟ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ବଲାଙ୍ଗୀର ଜିଲାରେ ରହିଛନ୍ତି। ତେବେ ଦ୍ୱିତୀୟ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରେ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ମାନଙ୍କରେ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଏହି ଅନଲାଇନ ଶିକ୍ଷା ଜିଲାରେ ଏକ ଅଜବ ସ୍ଥିତି ସୃଷ୍ଟି କରିଛି। ଯଦି ବାସ୍ତବିକ ଚିତ୍ର ଉପରେ ନଜର ପକାଇବା ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଶିଶୁ ମାନଙ୍କ ଅଭିଭାବକ ମାନେ ପ୍ରାୟତଃ ସ୍ୱଚ୍ଚଳ ପରିବାରରୁ ଆସିନଥାନ୍ତି। ସେମାନଙ୍କ ପାଇଁ ଦାମୀ  ଫୋନ ଏକ ସ୍ୱପ୍ନ ସଦୃଶ। ଯାହା ପାଖରେ ଫୋନ ଥିବ ସେହି ଅଞ୍ଚଳରେ ଇଣ୍ଟରନେଟ ବ୍ୟବସ୍ଥା ଥିବା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ। ଏମିତିରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅନଲାଇନରେ ପାଠ ସିନା ପଢାଇବେ କିନ୍ତୁ ଯାହା ପାଖରେ ମୋବାଇଲ ନାହିଁ ସେ କେମିତି ପଢିବ।

ସୂଚନା ଅନୁସାରେ ସରକାରୀ ରିପୋର୍ଟ ଅନୁସାରେ ମାତ୍ର ୩୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଥିବା ଜଣାପଡିଛି। ବାକି ୭୦ ପ୍ରତିଶତ ଚଳିତ ଶିକ୍ଷାବର୍ଷରେ ପ୍ରଥମ ପୃଷ୍ଠା ମଧ୍ୟ ଜାଣିନାହାନ୍ତି। କିନ୍ତୁ ଏହା ବେସରକାରୀ ତଥ୍ୟ ଅନୁସାରେ ମାତ୍ର ୧୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଥିବା ବେଳେ ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଏନେଇ ଜିଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଲମଣୀ ପଟେଲଙ୍କ କହିବା ଅନୁସାରେ ଛାତ୍ରଛାତ୍ରୀଙ୍କ ପାଖରେ ସମସ୍ୟା ରହିଛି ଓ ଆମେ ହୃଦବୋଧ କରୁଛୁ ଯେ ଅନଲାଇନରେ ସମସ୍ତେ ପଢିବା ସମ୍ଭବ ନାହିଁ। ସ୍ପଷ୍ଟ ସୂଚନା ନଥିବା ବେଳେ ପାଖାପାଖି ୩୦ ରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନାରେ ପଢୁଥିବା ସେ ସ୍ୱୀକାର କରିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories