ଟୋକିଓ : ଜାପାନ ସରକାର ଦେଶବାସୀ ଦିନକୁ ଥରେ ଜୋର୍ରେ ହସିବା ବାଧ୍ୟତାମୂଳକ କରିଛନ୍ତି। ଶାରୀରିକ ଏବଂ ମନସ୍ତାତ୍ତ୍ବିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଜାପାନର ୟାମାଗାତା ଅଞ୍ଚଳରେ ଏହାକୁ ପ୍ରଥମେ ଲାଗୁ କରାଯାଇଛି। ଏ ସମ୍ପର୍କରେ ଏକ ଅଧ୍ୟାଦେଶ ଚଳିତ ମାସ ୫ ତାରିଖରେ ଅଣାଯାଇଥିଲା। ପ୍ରାଦେଶିକ ଆସେମ୍ବ୍ଲିରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ମିଳିବା ପରେ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଜାପାନର ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଯେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଜୋର୍ରେ ହସିବାର ଆବଶ୍ୟକତା ରହିଛି। ଏହାଦ୍ବାରା ତାଙ୍କର ଶାରୀରିକ ଏବଂ ମନସ୍ତାତ୍ତ୍ବିକ ସ୍ତର ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ଜଣେ ଯେତେ ଅଧିକ ଥର ହସିବେ ତାହାଦ୍ବାରା ତାଙ୍କଠାରେ କାର୍ଡିଓଭାସ୍କୁଲାର ରୋଗ ଆଶଙ୍କା ହ୍ରାସ ପାଇବ ବୋଲି ଜର୍ଣ୍ଣାଲ ଅଫ ଏପିଡେମିଓଲୋଜିରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି। ୟାମାଗାତା ୟୁନିଭରସିଟିର ଫାକଲଟି ଅଫ ମେଡିସିନର ଗବେଷକ ଦଳଙ୍କ ଦ୍ବାରା ଏହି ଲେଖା ପ୍ରସ୍ତୁତ କରାଯାଇଛି। ନିଯୁକ୍ତିଦାତାଙ୍କୁ ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏକ ଆନନ୍ଦପୂର୍ଣ୍ଣ ଏବଂ ହସଖୁସି ଭରା କାର୍ୟ୍ୟ ପରିବେଶ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି।
Popular Categories



