www.samajalive.in
Monday, December 15, 2025
15.1 C
Bhubaneswar

ନବୀନଙ୍କ ଏକକ ରେଳବାଇ ଜୋନ୍‌ ଦାବି

ଭୁବନେଶ୍ବର : ରାଜ୍ୟର ସମସ୍ତ ରେଳପଥକୁ ଗୋଟିଏ ଜୋନ ଅଧୀନକୁ ଆଣି ଓଡ଼ିଶା ପାଇଁ ଏକକ ରେଳବାଇ ଜୋନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ ରେଳବାଇ ଜୋନ୍‌ ଗଠନ କରିବାକୁ ରାଜ୍ୟ ସରକାର କେନ୍ଦ୍ର ପାଖରେ ବାରମ୍ବାର ଦାବି କରିବା ଦ୍ବାରା ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ ରେଳବାଇ ଜୋନ୍‌ ଗଠନ କରିଥିଲେ। ଖୋର୍ଦ୍ଧା, ସମ୍ବଲପୁର ଏବଂ ବିଶାଖାପାଟଣା ମଣ୍ଡଳକୁ ନେଇ ପୂର୍ବତଟ ରେଳବାଇ ଜୋନ୍‌ ଗଠିତ ହେଲା। ଯାହାର ମୁଖ୍ୟାଳୟ ଭୁବନେଶ୍ବରରେ ରହିଛି। ବିଭାଜନ ପରେ ଆନ୍ଧ୍ରପ୍ରଦେଶ ସରକାର କେନ୍ଦ୍ର ପାଖରେ ପୂର୍ବତଟ ରେଳବାଇ ଜୋନ୍‌ରୁ ବିଶାଖାପାଟଣା ମଣ୍ଡଳକୁ କାଢି ତାଙ୍କ ରାଜ୍ୟ ପାଇଁ ସ୍ବତନ୍ତ୍ର ଦକ୍ଷିଣତଟ ରେଳବାଇ ଜୋନ୍‌ ଗଠନ କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ଆଧାରରେ ଏବେ କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷିଣତଟ ରେଳବାଇ ଜୋନ ଗଠନ ଉଦ୍ୟମ କରୁଛନ୍ତି। ଏହାଦ୍ବାରା ପୂର୍ବତଟ ରେଳବାଇ ବ୍ୟାପକ ଭାବେ ପ୍ରଭାବିତ ହେବ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓଡିଶା ପାଇଁ ଏକକ ରେଳବାଇ ଜୋନ୍‌ ଗଠନ କରିବାକୁ ଦାବି ଜଣାଇଛନ୍ତି। ଓଡିଶା ମଧ୍ୟ ଦେଇ ଯାଇଥିବା ସବୁ ରେଳପଥ ପୂର୍ବତଟ ରେଳବାଇ ଅଧୀନକୁ ଆଣିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ରାଉରକେଲା, ଯାଜପୁର-କେନ୍ଦୁଝର ରୋଡ ପୂର୍ବତଟ ରେଳବାଇରେ ସାମିଲ କରିବା ଏବଂ ରାୟଗଡାରେ ନୂଆ ରେଳବାଇ ମଣ୍ଡଳ ଗଠନ କରିବାକୁ ଦାବି କରିଛନ୍ତି। ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ଥିବା ଝାରସୁଗୁଡା-ବର୍ସୁଆଁ-କିରିବୁରୁ ରେଳପଥ, ରାଉରକେଲା-ନୂଆଗଁା ଓ ଦକ୍ଷିଣ-ପୂର୍ବ-କେନ୍ଦ୍ରୀୟ ରେଳ ମଣ୍ଡଳ ଅଧୀନରେ ଥିବା ଝାରସୁଗୁଡା-ହିମଗିରି ରେଳପଥକୁ ପ୍ରସ୍ତାବିତ ରାଉରକେଲା ରେଳ ମଣ୍ଡଳ ସହ ସାମିଲ କରାଯାଉ।
ଯାଜପୁର କିମ୍ବା ଯାଜପୁର-କେନ୍ଦୁଝର ରୋଡ ମଣ୍ଡଳରେ ବାଂଶପାଣି-ପଦପାହାଡ, ରୁପସା-ବାଙ୍ଗିରିପୋଷି ଓ ଭଦ୍ରକ-ଲକ୍ଷ୍ମଣନାଥ ରୋଡ ରେଳପଥକୁ ନେଇ ନୂଆ ମଣ୍ଡଳ ଗଠନ କରାଯାଉ। ରାୟଗଡାରେ ମଧ୍ୟ ପୂର୍ବତଟ ରେଳବାଇ ଜୋନ୍ ଅଧୀନରେ ଏକ ନୂଆ ମଣ୍ଡଳ ଗଠନ ହେଉ। ଏହି ମଣ୍ଡଳରେ ନୂଆପଡା-ଗୁଣପୁର, ରାୟଗଡା-ଟିଟଲାଗଡ-ରାୟପୁର, କୋରାପୁଟ-ରାୟଗଡା, କୋରାପୁଟ-ଜୟପୁର-ଜଗଦଲପୁର-କିରାଣ୍ଡୁଲ ଏବଂ ଲାଞ୍ଜିଗଡ ରୋଡ-ଜୁନାଗଡ ରେଳପଥକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାରେ ପ୍ରସ୍ତାବିତ ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏହାଦ୍ବାରା ରାଜ୍ୟରେ ରେଳବାଇ ମଧ୍ୟରେ ସହଜରେ ସମନ୍ବୟ ରକ୍ଷା କରାଯାଇ ପାରିବ। ରେଳପଥକୁ ଓଡିଶା ସର୍ବାଧିକ ଟିକସ ଦେଉଥିଲେ ବି କେନ୍ଦ୍ରର ପ୍ରସ୍ତାବିତ ନୂଆ ମଣ୍ଡଳ ଦ୍ବାରା ରାଜ୍ୟର ଆୟ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଗତ ସାତ ବର୍ଷ ହେଲା ରାଜ୍ୟ ସରକାର ଓଡ଼ିଶା ପାଇଁ ଏକକ ରେଳବାଇ ଜୋନ୍ ଗଠନ କରିବାକୁ ଦାବି କରି ଆସୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories