ସମାଜ ଡିଜିଟାଲ ଡେସ୍କ: ପଥର ବ୍ଲାଷ୍ଟିଂ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁ ନିକଟରେ ଏହି ଅଘଟଣ ଘଟିଛି। ପଥର ଫଟାଇବା ଲାଗି ବିସ୍ଫୋରକ ଖଞ୍ଜି ବିସ୍ଫୋରଣ ଘଟାଇବା ସମୟରେ ଜଣେ ଶ୍ରମିକ ଖାଦାନରୁ ଖସିପଡ଼ିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ଖାଦାନରୁ ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଥିଲେ। ଏହି ଘଟଣାରେ ଆଉ ୨ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
Popular Categories



