ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମକୁ ନିଜ ଅଟୋରେ ୫ ଜଣ ଶ୍ରମିକଙ୍କୁ ନେଇ ଗତକାଲି ରୁଗୁଡିର ଅଟୋ ଚାଳକ ବିକ୍ରମ ବାରିକ(୨୫) ଆସିଥିଲେ। ରାତି ହୋଇ ଯାଇଥିବାରୁ ଅଟୋ ଚାଳକ ବିକ୍ରମ ଓ ତାଙ୍କ ସହ ଥିବା ଲୋକମାନେ ଖାଇ ସାରି ଗୋଟିଏ ଘରେ ଶୋଇଥିବା ସମୟରେ ବିକ୍ରମଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଏହା ଜାଣିବା ପରେ ତାଙ୍କ ସହ ଥିବା ଲୋକେ ବିକ୍ରମଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସକାଳୁ ଚିକିତ୍ସାଧିନ ଅବସ୍ଥାରେ ବିକ୍ରମଙ୍କର ମୃତ୍ୟୁ ଘଟିଛି। ତୁରୁମୁଙ୍ଗା ଥାନା ଏଏସ୍ଆଇ ଭରତ ଚନ୍ଦ୍ର ନାଏକ କେନ୍ଦୁଝର ଯାଇ ମୃତକର ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି।
Popular Categories



