www.samajalive.in
Tuesday, December 9, 2025
16.1 C
Bhubaneswar

କୁମ୍ଭୀର ଆତଙ୍କ ଘେରରେ ରହିଛି ଦୁଇ ଗାଁ, ବିକାଶର ରାସ୍ତା ଓଗାଳିଛି ଘୋଡାଘଡ ନଦୀ

ଆର ଉୟୟଗିରି: ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ସରକାରଙ୍କ ସମସ୍ତ ଯୋଜନା ଯେମିତି ଯୋଜନ ଯୋଜନ ଦୂରରେ ରହିଛି । ଆମେ କହୁଛୁ ଗଜପତି ଜିଲ୍ଲା ଆର ଉୟୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର ତବାରସିଂ ନିକଟସ୍ଥ କୁଦାଳବାଡ ଓ ବାଦପୁର ଗ୍ରାମର ଅବସ୍ଥା । ସ୍ବାଧୀନତାର ସାତ ଦସନ୍ଦି ବିତିଗଲାଣି ହେଲେ ଗାଁକୁ ବିକାଶ ଏବେ ବି ଅପହଞ୍ଚ ପାଲଛିଟି । ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ବହୁ ପ୍ରଶାସନିକ ଅଧିକାରୀଙ୍କଠାରୁ ବହୁ ରାଜନେତାଙ୍କୁ ଗୁହାରି ଜଣାଇ ନୟାନ୍ତ ହେଲେଣି । ଏବେ ଶେଷରେ ନିଷ୍ପତି ନେଇଛନ୍ତି ଏଥର ସରକାର କଥା ନ ଶୁଣିଲେ ସମୁହ ଭୋଟବର୍ଜନ କରିବେ ଗ୍ରାମବାସୀ ।

ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାର ଦୂର୍ଗମାଞ୍ଚଳ ପୁରୁଣାପାଣି ପଞ୍ଚାୟତର ତରବଙ୍ଗ ଗାଁ ଠାରୁ ମାତ୍ର ୨ କିମି ଦୁରେ ଅବସ୍ଥିତ ଦୁଇ ଆଦିବାସୀ ଗ୍ରାମ କୁଦାଳବାଡ ଓ ବାଦପୁର । ଦୁଇ ଗ୍ରାମରେ ଶହେରୁ ଉର୍ଦ୍ଧ୍ବ ଆଦୀମ ଜନଜାତି ସଂପ୍ରଦାୟର ଆଦିବାସୀ ପରିବାର କେଉଁ ଆବାହନ କାଳରୁ ଚାଷ ବାସ କରି ଜୀବିକା ନିର୍ଭାହ କରିଆସୁଛନ୍ତି । ହେଲେ ଏବେ ବି ଗ୍ରାମବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଆବାସ ଯୋଜନା, ଭତା ଆଦି ଘୋର ସମସ୍ୟା ଲାଗିରହିଛି । ଯାଫଳରେ ଦୁଇ ଗ୍ରାମବାସୀ ନିଜକୁ ଜଙ୍ଗଲ ଜୀବଜନ୍ତୁ ବୋଲି ବିବେଚିତ କରୁଛନ୍ତି । ଏମାନଙ୍କ କହିବା କଥା ସରକାରଙ୍କ କୌଣସି ମୌଳିକ ସୁବିଧା ପହଞ୍ଚିପାରିନାହିଁ । ଗାଁକୁ ଯୋଗାଯୋଗ କରୁଥିବା କାଦୁଅ ଭରା ଦୁଇ କିମି ରାସ୍ତା ରହିଥିବା ବେଳେ ଗମନାଗମନ ରେ ବାଧକ ସାଜିଛି ଘୋଡାଘୋଡ ନଦୀ । ଅସରାଏ ବର୍ଷା ହେଲେ ପାହାଡିଆ ଝରଣା ପାଣିର ସମିଶ୍ରଣରେ ନଦୀପାଣି ଫୁଲିଉଠେ । ଫଳରେ ଦୁଇ ଗ୍ରାମ ବାହ୍ୟଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡେ । ଜରୁରୀକାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ କିମ୍ବା ଦମକଳ ଆସିପାରୁନାହିଁ । କେବଳ ସେତିକି ନୁହେଁ ପାନୀୟ ଜଳ ପାଇଁ କୌଣସି ନଳକୁପ ଟିଏ ମଧ୍ୟ ନାହିଁ । ଗାଁ ଠାରୁ କିଲୋମିଟର ଦୂରରେ ଅବସ୍ଥିତ ନଦୀରେ ଚୁଆଁ ଖୋଳି ଦୁଷିତ ଜଳ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଦୁଇ ବର୍ଷ ହେବ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇପାରୁନାହିଁ । ଡିବିରି ଆଲୁଅରେ ପିଲାଙ୍କ ଭବିଷ୍ୟତ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories