ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ଦରବାରରେ ବଳିଷ୍ଠ ଭାବେ ଉପସ୍ଥାପନ ପାଇଁ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଅଧ୍ୟକ୍ଷ ଓ କମ୍ପ୍ୟୁଟର ଶିକ୍ଷକଙ୍କ ପାଇଁ ଏକ ଦିନିକିଆ କର୍ମଶାଳା କିଟ୍ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କହିଥିଲେ ଯେ ଅଧ୍ୟକ୍ଷ, ଅଧ୍ୟକ୍ଷା, ଶିକ୍ଷକ, ଶିକ୍ଷୟତ୍ରୀମାନେ ହେଉଛନ୍ତି ଏକ ନୂତନ ଯୁଗର ବାର୍ତ୍ତାବହ ଏବଂ ଭବିଷ୍ୟତ ପିଢ଼ି ପାଇଁ ନୂତନ ସନ୍ଦେଶର ଆବାହକ। ସେମାନଙ୍କର ବୌଦ୍ଧିକ ଚିନ୍ତାଧାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାକୁ ସାକାର କରିବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନକୁ ପାଥେୟ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ଦରବାରରେ ବଳିଷ୍ଠ ଭାବେ ଉପସ୍ଥାପନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ଆହ୍ୱାନ ଦେଇଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଧ୍ୟକ୍ଷ, ଅଧ୍ୟକ୍ଷାମାନଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ‘୫’ଟି ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ଵକ୍ଷବଧାନରେ ପରିଚାଳିତ ଏବଂ ଏହି ଅଭିନବ ଯୋଜନାର ଆପଣମାନେ ହେଉଛନ୍ତି ସାରଥୀ। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଗ୍ରଣୀ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ସ୍ବାକ୍ଷର ବହନ କରିଛି ଓଡିଶା ଆଦର୍ଶ ବିଦ୍ୟାଳୟ। ଏହି ଯୋଜନାକୁ ସାକାର କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ଆହ୍ୱାନ ଦେଇଥିଲେ।

prayash

ଏହି ଶିକ୍ଷଣ କାର୍ୟ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଠା ଉପେନ୍ଦ୍ର ତ୍ରିପାଠୀ, ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶିକା ବନ୍ଦନା ମହାପାତ୍ରଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ, ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା,ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥଲେ।

kalyan agarbati

Comments are closed.