www.samajalive.in
Monday, December 8, 2025
14.1 C
Bhubaneswar

ନାବାଳିକା ହତ୍ୟାକାଣ୍ଡ ଘଟଣା ; ତିନି ବର୍ଷ ପରେ ଜଣେ ଗିରଫ 

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମ ଶିବ ମନ୍ଦିର ନିକଟରେ ଜଣେ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ତିନି ବର୍ଷ ପରେ ମୁଖ୍ୟ ଅପରାଧୀକୁ ଗିରଫ କରାଯାଇଛି ବୋଲି ଘଟଗାଁ ଆରକ୍ଷୀ ସୂଚନା ଦେଇଛି। ସୂଚନାନୁଯାୟୀ ଘଟଗାଁ ବ୍ଲକ ନୁସୁରିପଶି ଗ୍ରାମର ଦଶରଥ ପଲେଇ ଓ ରାଧାରାଣୀ ପଲେଇଙ୍କ ଝିଅ ଗତ ୨୦୧୮ ମସିହା ରେ ମାମୁଁ ଘର ଗ୍ରାମ ଟିକିରା କୁ ଯାଇଥିବା ବେଳେ ତା୬/୯/୨୦୧୮ ଦିନ ଗ୍ରାମ ର ଶିବ ମନ୍ଦିର ପଛ ପାର୍ଶ୍ଵ ଏକ ଆକାଶିଆ ଗଛରେ ତାର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା ।
ଏନେଇ ମୃତ ନାବାଳିକାର ବାପା ଦଶରଥ ପଲେଇ ଙ୍କ ଲିଖିତ ଅଭିଯୋଗ କ୍ରମେ ଘଟଗାଁ ଥାନାରେ ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଥାନାକୁ ଡାକି ଜେରା ପରେ ଛାଡି ଦିଆଯାଇଥିଲା। ପୁନଶ୍ଚ ସେହି ବର୍ଷ ୪ ମାସ ପରେ ମୃତକଙ୍କ ବାପା ଜିଲ୍ଲା ଏସପି ଙ୍କୁ ଏହାର ଉପଯୁକ୍ତ ତଦନ୍ତ ପାଇଁ ନିବେଦନ କରିଥିଲେ । ଆଇପିସି ଧାରା ୩୦୨, ୨୦୧ ଓ ୩୪ ଅନୁଯାୟୀ ଏହାର ତଦନ୍ତ ଭାର ଘଟଗାଁ ଥାନା ଏସ ଆଇ ରୀନା ରାଣୀ ସାହୁ ଙ୍କୁ ତଦନ୍ତପାଇଁ ଦିଆଯିବା ପରେ ପୁରୁଣା ଫାଇଲକୁ ପୁନର୍ବାର ଖୋଳିବା ସହ ତଦନ୍ତ ଆରମ୍ଭ କରି ଟିକିରା ଗ୍ରାମ ର ମନ୍ଦିର ପୂଜକ ଙ୍କ ପୁଅ ଚଗୁଲୁ ଶତପଥୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତେବେ ମୃତ ନାବାଳିକା ଙ୍କ ପରିବାର ପକ୍ଷରୁ ଅନ୍ୟ ଅପରାଧୀ ମାନଙ୍କୁ ଗିରଫ କରିବା ପାଇଁ ଦାବି ଉଠାଇଥିବା ବେଳେ ,ଖୁବ ଶୀଘ୍ର ଅନ୍ୟ ସଂପୃକ୍ତ ଙ୍କୁ ଗିରଫ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories