www.samajalive.in
Monday, December 15, 2025
15.1 C
Bhubaneswar

ଏପଟେ ମାଗଣା ସେପଟେ ବଢିଲା – କର୍ଣ୍ଣାଟକରେ ବିଦ୍ୟୁତ ମୂଲ୍ୟ

ବେଙ୍ଗାଲୁର – କର୍ଣ୍ଣାଟକରେ ଉପଭୋକ୍ତାମାନଙ୍କୁ ପ୍ରଥମ ୨୦୦ ୟୁନିଟ୍‌ ମାଗଣା ଦିଆଯିବ ବୋଲି ନିର୍ବାଚନ ପୂର୍ବରୁ କଂଗ୍ରେସ ଘୋଷଣା କରିଥିଲା । ଜିତିବା ପରେ ଲୋକଙ୍କୁ ମାଗଣା ଘୋଷଣାକୁ କାର୍ଯ୍ୟକାରୀ କରାଯାଇଥିଲା । ହେଲେ ୨୦୦ ୟୁନିଟ ପରେ ପ୍ରତି ୟୁନିଟ ଦର କର୍ଣ୍ଣାଟକ ସରକାର ବୃଦ୍ଧି କରିଛନ୍ତି । ୟୁନିଟ୍‌ ପ୍ରତି ୨.୮୯ ପଇସା ବୃଦ୍ଧି କରାଯାଇଛି । ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ମାଗଣା ୨୦୦ ୟୁନିଟ ବିଦ୍ୟୁତ ଦିଆଯିବ ।

ବିଦ୍ୟୁତ୍‌ ଦର ବୃଦ୍ଧି ପରେ ଏହା କର୍ଣ୍ଣାଟକ ସରକାରଙ୍କର ନୁହେଁ ରାଜ୍ୟ ବିଦ୍ୟୁତ ନିୟାମକ କମିଶନଙ୍କ ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ସଫେଇ ଦେଇଛନ୍ତି । ବିଦ୍ୟୁତ ଦର ବୃଦ୍ଧି ପରେ ରାଜ୍ୟ ବିଜେପି ପକ୍ଷରୁ କର୍ଣ୍ଣାଟକ ସରକାରଙ୍କୁ ସମାଲୋଚନା କରାଯାଇଛି । ନିର୍ବାଚନ ପାଇଁ କଂଗ୍ରେସ ଏପରି ଲୋଭନୀୟ ପ୍ରତିଶ୍ରୁତି ଦେଇ ଲୋକଙ୍କ ବିଶ୍ୱାସ ସହ ଖେଳିଥିବା କଥା କର୍ଣ୍ଣାଟକ ବିଜେପି କହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories