www.samajalive.in
Sunday, December 14, 2025
23.1 C
Bhubaneswar

ମଣିପୁର: ଆମ୍ବୁଲାନ୍ସରେ ଲଗାଇଲେ ନିଆଁ, ୮ ବର୍ଷର ଶିଶୁ ସମେତ ୩ ଜୀବନ୍ତ ଦଗ୍ଧ

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଇତି ମଧ୍ୟରେ ରାଜ୍ୟର ପଶ୍ଚିମ ଇମ୍ଫାଲ ଜିଲ୍ଲାରୁ ଏକ ଲୋମ ହର୍ଷଣକାରୀ ଖବର ସାମ୍ନାକୁ ଆସିଛି। ଦଙ୍ଗାକାରୀମାନେ ତିନି ନିରୀହ ଲୋକଙ୍କ ଜୀବନ ନେଇ ଯାଇଛନ୍ତି। ସୂଚନା ଅନୁସାରେ, ଜଣେ ଆଠ ବର୍ଷୀୟ ଆହତ ଶିଶୁକୁ ଡାକ୍ତରଖାନା ନେବାବେଳେ ଦଙ୍ଗାକାରୀମାନେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଶିଶୁ, ତା’ର ମାଆ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି।

ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଗୁଳି ବିନିମୟରେ ନିରୀହ ଶିଶୁର ମୁଣ୍ଡରେ ଗୁଳି ବାଜିଥିଲା। ତା’ର ମାଆ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ତାକୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଇମ୍ଫାଲ ସ୍ଥିତ ଏକ ଡାକ୍ତରଖାନାକୁ ନେଉଥିଲେ। ଏହି ସମୟରେ ଦଙ୍ଗାକାରୀମାନେ ସାମ୍ନାକୁ ଆସି ଆମ୍ବୁଲାନ୍ସକୁ ଅଟକାଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ତିନିଜଣ ଜିଅନ୍ତା ଜଳିଯାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ଇରୋଇସେମ୍ବାରେ ଏହି ଦୁଃଖଦ ଘଟଣା ଘଟିଛି। ଦଙ୍ଗାକାରୀମାନେ ପୋଡ଼ି ଦେଇଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିବା ଅଧିକାରୀମାନେ କହିଛନ୍ତି ଯେ। ସେମାନେ ହେଉଛନ୍ତି ତୋନ୍‌ସିଙ୍ଗ୍ ହ୍ୟାଙ୍ଗିଙ୍ଗ(୮), ମାଆ ମୀନା ହ୍ୟାଙ୍ଗିଙ୍ଗ(୪୫) ଏବଂ ଲିଡିଆ ଲୋରେମ୍ବମ। ଏହାପରେ ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

- Advertisement -

ସୂଚନା ଅନୁସାରେ, ଏହି ଲୋକମାନେ କାଙ୍ଗଚୁପରେ ଆସାମ ରାଇଫଲ୍ସର ରିଲିଫ କ୍ୟାମ୍ପରେ ରହୁଥିଲେ। ଜୁନ୍ ୪ ତାରିଖ ସନ୍ଧ୍ୟାରେ ହଠାତ୍ ଏହି ଅଞ୍ଚଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। କ୍ୟାମ୍ପରେ ଥିବା ସତ୍ତ୍ବେ ଏକ ଗୁଳି ପିଲାଟିର ମୁଣ୍ଡରେ ବାଜିଥିଲା। ଆସାମ ରାଇଫଲ୍ସର ଜଣେ ବରିଷ୍ଠ ଅଧିକାରୀ ତୁରନ୍ତ ଇମ୍ଫାଲରେ ପୁଲିସ ସହ କଥା ହୋଇ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ମାଆ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ହୋଇଥିବାରୁ ପିଲାଟିକୁ ସଡ଼କ ପଥରେ ଇମ୍ଫାଲର ଆଞ୍ଚଳିକ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଇରୋଇସେମ୍ବାରେ କିଛି ଲୋକ ବାଟରେ ଆମ୍ବୁଲାନ୍ସକୁ ଅଟକାଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ିରେ ଥିବା ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories