www.samajalive.in
Saturday, December 6, 2025
14.1 C
Bhubaneswar

ଚତୁର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍

ସୁନ୍ଦରଗଡ: ସୁନ୍ଦରଗଡର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ଚଢାଉ ଜାରି ରହିଛି। ଲଗାତାର ୪ଦିନ ଧରି ଘନଶ୍ୟାମଙ୍କ ଘର ଏବଂ ଶିଳ୍ପାନୁଷ୍ଠାନ ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି। ଘନଶ୍ୟାମଙ୍କ ସମ୍ପର୍କୀୟଙ୍କ ଘରୁ ଅଢେଇ କୋଟି ଟଙ୍କା ସହ ୩ କେଜି ସୁନା ମିଳିଥିବା ସୂଚନା ମିଳିଛି। ସୁନ୍ଦରଗଡ ବିଲେଇମୁଣ୍ଡା ଅଫିସରୁ ୧ କୋଟି ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଘନଶ୍ୟାମଙ୍କ ପୁଅକୁ ଏକ ସ୍ଥାନରେ ରଖି ଆୟକର ବିଭାଗ ଜେରା କରୁଛି। ଏମସିଏଲ୍ କୋଇଲା ଖଣିରେ ଥିବା ଘନଶ୍ୟାମଙ୍କ କୋଇଲାର ପରିମାଣ ମଧ୍ୟ ଯାଞ୍ଚ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଛତିଶଗଡ, ମୁମ୍ବାଇ, କୋଲକାତାରେ ରହିଥିବା ଘର , ଅଫିସ , ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଚଢାଉ ଚାଲିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories