ରାଜ୍ୟରେ ବିଭିନ୍ନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର କନ୍ଦରପୁର ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଷ୍ମଣ କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ମୁଖ୍ୟବକ୍ତା ଭାବେ କନ୍ଦରପୁର ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା, ସଂମ୍ମାନିତ ଅତିଥି ଭାବେ ସରପଞ୍ଚ କଲ୍ୟାଣୀ ଖଟୁଆ, ସମିତିସଭ୍ୟ ମନି ନାୟକ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଶିକ୍ଷାଗ୍ରହଣ ସମୟ ସବୁଠାରୁ ମୂଲ୍ଯବାନ ହୋଇଥିବାରୁ ବିଦ୍ୟାର୍ଥିମାନେ ଏହି ସମୟକୁ ସଦୁପୋଯୋଗ କରିବା ସହିତ ଏକାଗ୍ରତା ଓ କଠିନ ଅଧ୍ୟବସାୟ କରିବା ଦ୍ୱାରା ସେମାନେ ସଫଳତାର ଶୀର୍ଷକୁ ଉଠିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ବୌଦ୍ଧ: ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବୌଦ୍ଧଭାବେ ନୃସିଂହ ଚରଣ ସ୍ୱାଇଁ, ସମ୍ମାନିତ ଅତିଥି ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ ମୃତ୍ୟୁଞ୍ଜୟ ମିଶ୍ର, ସଭାପତି ଭାବେ ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ସନକ ମେହେର, କାର୍ଯ୍ୟକ୍ରମ କୋ-ଅଡିନେଟର ଭାବେ ରାଜଲଷ୍ମୀ ବିଶ୍ୱାଳ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ସନକ ମେହେର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଏବଂ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।
ଜି.ଉଦୟଗିରି: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତ୍ରୟତ୍ରିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିରର ସଭାପତି ବିନୋଦ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଶନିବାର ଆୟୋଜିତ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଧାନସଭାର ଉପ-ବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିରକାନ୍ତ ପ୍ରଧାନ ଓ ମୂଖ୍ୟବକ୍ତା ଭାବେ ସଂସ୍କୃତ ମହାବିଦ୍ୟାଳୟ, ଚକାପାଦର ଅବସରପ୍ରାପ୍ତ ଅଧ୍ୟାପକ ତଥା ସହ ବିଭାଗ ସଂଘ ଚାଳକ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗଞ୍ଜାମର ଲକ୍ଷ୍ମୀନାରାୟଣ ନନ୍ଦ ପ୍ରମୁଖ ଯୋଗଦେଇ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।
ଚୌଦ୍ୱାର ଗାନ୍ଧୀଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ୱପ୍ନା ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରବଚକ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୈତିକ ଶିକ୍ଷା ଓ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ପିଲା ମାନଙ୍କୁ ବୁଝାଇଥିଲେ। ଓଡ଼ିଶା ଶିକ୍ଷା ବିକାଶ ସମିତି ସଭପତି ଡ. କିଶୋର ଚନ୍ଦ୍ର ମହାନ୍ତି, ଇମ୍ଫାର ଜେନେରାଲ ମ୍ୟାନେଜର ଜି. ଶାରଦା ପ୍ରସାଦ ରାଓ, ପøରାଧ୍ୟକ୍ଷା ମାନସୀ ସ୍ୱଣ୍ୱର୍ପ୍ର୍ରଭା ସାମଲ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ମାନସ ରଞ୍ଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରଧାନ ଆଚାର୍ଯ୍ୟା ସ୍ନିଗ୍ଧା ନାୟକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ବାଣୀ ଭୂଷଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଉତ୍ସବରେ ସହଯୋଗ କରିଥିଲେ। ପିଲା ମାନଙ୍କଦ୍ୱାରା ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।
ଗୁରୁଡ଼ିଝାଟିଆ: କଠିନ ପରିଶ୍ରମର ବିକଳ୍ପ ନାହିଁ। ଏହା ଜୀବନକୁ ସରସ ସୁନ୍ଦର ଭାବେ ଗଢିତୋଳି ସଫଳତା ଆଣିଦେଇଥାଏ। ବିଫଳତା ସଫଳତାର ଚାବିକାଠି। ପ୍ରତିକୂଳ ପରିବେଶରେ ହାର ନମାନି ସକାରାତ୍ମକ ଢଙ୍ଗରେ ଆଗକୁ ବଢ଼ିଚାଲିବା ହିଁ ଜୀବନ ବୋଲି ଗୋବରା ଉଚ୍ଚ ବିଦ୍ୟାଳୟ ର ୩୪ତମ ବାର୍ଷିକ କ୍ରିଡା ଉତ୍ସବରେ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିବା ସହ କ୍ରିଡା ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍ୁ ପୁରସ୍କାର ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଶରତ କୁମାର ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଟେଟ୍ରାହେଡେନ କଲେଜର ନିର୍ଦ୍ଦେଶକ ତ୍ରିଦେବ ବେହେରା, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଶିକ୍ଷାବିତ୍ ହରିହର ମହାରଣା ଅତିଥି ଭାବରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ଭିତରେ ସମ୍ଭାବନା ଭରି ରହିଛି। ତାହାକୁ ଠିକଣା ଢଙ୍ଗରେ ଉନ୍ମୋଚନ କରି ପ୍ରସ୍ପୁଟିତ କରିବା କ୍ଷେତ୍ରରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଗୋଲୋକ ବିହାରୀ ଖୁଣ୍ଟିଆ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ସୁକନ୍ୟା ସୁକାନ୍ତି ଖୁଣ୍ଟିଆ ପ୍ରଦତ୍ତ ଅର୍ଥରେ ନିର୍ମିତ ନୂତନ ପାଠାଗାରକୁ ମଞ୍ଚାସୀନ ଅତିଥିବୃନ୍ଦ ଉଦଘାଟନ କରିଥିଲେ। କ୍ରିଡା ପ୍ରତିଯୋଗିତାରେ ବାଳକ ବର୍ଗର ଚମ୍ପିଆନ ରଣଜିତ୍ କାଲୁଣ୍ଡିଆ ଓ ବାଳିକା ବର୍ଗର ଚମ୍ପିଆନ ଜୟଶ୍ରୀ ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ମଧ୍ୟ ବିଦ୍ୟାଳୟ ପୁରାତନ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଜଗଦୀଶ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରିଡା ଶିକ୍ଷକ ରଞ୍ଜନ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆସ୍ଥିତ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶିକ୍ଷାବିତ୍ ରାଜକିଶୋର ଖଟୁଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟର ଗାରିମା ଯଶକୁ ଦ୍ୱିଗୁଣିତ କରିବା ପାଇଁ କଠିନ ପରିଶ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାକ୍ତନ ପ୍ରଧାନଶିକ୍ଷକ ବିମ୍ବାଧର ନାୟକ,ନିହାରିକା ନାୟକ,ରବୀନ୍ଦ୍ର କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବିଦ୍ୟାଳୟ ମୋସ୍କୁଲ ଅଭିଯାନ ସଭାପତି କୃତିବାସ ଥାଟୋଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସସ୍ମୀତା ମାଝି,ଅମରେନ୍ଦ୍ର ଷଣ୍ଢ, ମନୋଜ କୁମାର ସାହୁ, ରଶ୍ମୀ ରଞ୍ଜନ ସାହାଣୀ ପ୍ରମୁଖ ଅତିଥି ଭାବରେ ଯାଗଦେଇଥିଲେ। ଶିକ୍ଷକ ପ୍ରସନ୍ନ କୁମାର ଲେଙ୍କା, ମମତାମୟୀ ମହାନ୍ତି ଓ ଲିପିକା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଗୁରୁଡ଼ିଝାଟିଆ: ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଆ ଜନଜୀବନରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଜଗନ୍ନାଥ ସଂସ୍କୃତି ପ୍ରବଚକ ମାନସ କୁମାର ପଣ୍ଡା ଆଲୋଚକ ଭାବେ ଯୋଗଦେଇ ଦୈନନ୍ଦିନ ଜୀବନରେ ଆମେ ଶ୍ରୀ ଜଗନ୍ନାଥଙ୍କ ଚଳନି,ଆଚାରା ଓ ସଂସ୍କୃତିକୁ ଅନୁସରଣ କରୁଛେ। ଏହା ଓଡିଆର ପରିଚୟ ବୋଲି କହିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଅମିତ ମିଶ୍ର ନୂଆ ଓ ଯୁବଓଡ଼ିଶା ,ନବୀନ ଓଡ଼ିଶାର ସଂଯୋଜକ ଦୀପ୍ତିରଞ୍ଜନ ବାରିକ ପ୍ରମୁଖ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା କୁନ୍ତଳା ବେଉରାୟ, ଡଃ ମନୋରଞ୍ଜନ ନାୟକ, ଠାକୁର ପ୍ରସାଦ ଗଡ଼ନାୟକ, ସୁନିତା ସ୍ୱାଇଁ, ପ୍ରିୟଙ୍କା ରାଉତ, ମାନସୀ ବେହେରା ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ନିରଞ୍ଜନ ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.