www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଥମ ଦିନରେ ୧ଲକ୍ଷ ୯୧ହଜାର ଜଣଙ୍କୁ ଦିଆଗଲା କୋଭିଡ ଟୀକା

ବିଶ୍ୱର ସର୍ବବୃହତ୍‍ କୋଭିଡ୍‍ ଟିକକାରଣ କାର୍ଯ୍ୟକ୍ରମରେ ଭାରତରେ ପ୍ରଥମ ଦିନରେ ୧ ଲକ୍ଷ ୯୧ ହଜାର ବ୍ୟକ୍ତିଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡାକ୍ତର ମନୋହର ଅଗ୍ନାନୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟରେ ୧୬ ହଜାର ୭୫୫ ଜଣ ନିୟୋଜିତ ହୋଇଥିଲେ। ପ୍ରଥମ ଦିନ ଟିକାକରଣ ସଫଳତାର ସହ ଶେଷ ହୋଇଛି। ସେ କହିଛନ୍ତି, ଟିକା ପରବର୍ତ୍ତୀ ପାର୍ଶ୍ବ ପ୍ରତିକ୍ରିୟା ସଂକ୍ରାନ୍ତ କୌଣସି ଖବର ମିଳିନାହିଁ।

ଗତକାଲି ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ରହିଛି, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରତିଷେଧକ ଟିକା ଦିଆଯାଉଛି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‍ଘାଟନ କରି ଶ୍ରୀ ମୋଦୀ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ପ୍ରତିଷେଧକ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦କୋଟି ଲୋକଙ୍କୁ ପ୍ରତିଷେଧକ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଉଛି।

- Advertisement -

ପ୍ରଧାନମନ୍ତ୍ରୀ କରୋନା ପ୍ରତିଷେଧକ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରିଆସୁଥିବା ବୈଜ୍ଞାନିକମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଅତି ଅଳ୍ପ ସମୟ ମଧ୍ୟରେ ଭାରତ ଯେଭଳି ଭାବେ ପ୍ରତିଷେଧକ ପ୍ରସ୍ତୁତ କରିପାରିଛି, ତାହାକୁ ନେଇ ସେ ଗର୍ବ ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତଦ୍ୱାରା ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ ବିଦେଶର ପ୍ରତିଷେଧକଗୁଡ଼ିକ ତୁଳନାରେ ବହୁତ ଶସ୍ତା। କିନ୍ତୁ ବିଦେଶର ପ୍ରତିଷେଧକଗୁଡ଼ିକ ତୁଳନାରେ ଭାରତରେ ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ ଠାରୁ କୌଣସି ଗୁଣରେ କମ୍‍ ନୁହେଁ। ସେ କହିଥିଲେ, ଭାରତରେ ପ୍ରସ୍ତୁତ ଦୁଇଟିଯାକ ପ୍ରତିଷେଧକର ସଫଳତା ବିଷୟରେ ନିଶ୍ଚିତ ହେବା ପରେ ବୈଜ୍ଞାନିକମାନେ ଏଗୁଡ଼ିକୁ ଅନୁମୋଦନ କରିଛନ୍ତି।

ଶ୍ରୀ ମୋଦି କହିଛନ୍ତି, ସେ ଦୃଷ୍ଟିରୁ ଦେଶର ଜନସାଧାରଣ କୌଣସି ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ। ଶ୍ରୀ ମୋଦି କୋବିଡ୍‍ ପ୍ରତିଷେଧକର ଦୁଇଟି ଡୋଜ୍‍ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଦବାଇ ଭି, କଡ଼ାଇ ଭି’ ମନ୍ତ୍ର ଦେଇ ପ୍ରଥମ ଡୋଜ୍‍ ପ୍ରତିଷେଧକ ନେବା ପରେ ମାସ୍କ ପରିଧାନ ଜାରି ରଖିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories